Latest Odisha News

BREAKING NEWS

ବାହାଘର ଭୋଜିଖାଇ ୩୦ ଅସୁସ୍ଥ, ଜଣେ ମୃତ

କେନ୍ଦୁଝର: ଆନନ୍ଦପୁର ଉପାନ୍ତ ତରାଇଲୋ ଗାଁରେ ଅଘଟଣ । ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବାହାଘର ଭୋଜିଖାଇ ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଦର୍ଶନ ପାତ୍ର । ସୁଦର୍ଶନଙ୍କ ମୃତ୍ୟୁ ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।

ଅନ୍ୟପଟେ, ସମସ୍ତ ଆକ୍ରାନ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ସହିତ ସାଇଁକୁଳ ଓ କେଶଦୁରାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ରହିଛି ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଖାଦ୍ୟ କିପରି ବିଷାକ୍ତ ହେଲା ତାହାର କାରଣ ଜଣାପଡିନଥିବାବେଳେ, ଖବରପାଇ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଟିମ୍ ଚିକିତ୍ସା ପାଇଁ ଲାଗିପଡିଛନ୍ତି ।

Comments are closed.