Latest Odisha News

BREAKING NEWS

ମାଆ ହେବାକୁ ଯାଉଛନ୍ତି ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ, ଫଟୋ ସେୟାର କରି ଦେଖାଇଲେ ବେବି ବମ୍ପ 

ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ ଖୁସି ଖବର ଦେବାକୁ ଯାଉଛନ୍ତି । ଅଭିନେତ୍ରୀ ଅଫସାଂ ଆଜାଦ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ସେ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି । ଫଟୋରେ ଅଭିନେତ୍ରୀ ଜଣଙ୍କ ନିଜ ବେବି ବମ୍ପକୁ ଦେଖାଇଛନ୍ତି ।

ଏହାସହ ଲେଖିଛନ୍ତି, ମୁଁ ମମ୍ମି ହେବାକୁ ଯାଉଛି । ମୋ ଜୀବନର ଏହା ସବୁଠାରୁ ବଡ଼ ଉପହାର। ଫଟୋରେ ତାଙ୍କ ସ୍ୱାମୀ ନବିଲ କାଜିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଜୁଲାଇ ମାସରେ ଶିଶୁ ଜନ୍ମ ହେବା ନେଇ ଜଣାଇଛନ୍ତି ଅଫସାଂ ଆଜାଦ । ଏହି ଖବର ଜଣାପଡିବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

Leave A Reply

Your email address will not be published.