Latest Odisha News

BREAKING NEWS

ଉତ୍ତରାଖଣ୍ଡ ହିମସ୍ଖଳନ: ୪ ମୃତ, ଏବେ ବି ମାଟି ତଳେ ୫ ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡର ବଦ୍ରିନାଥର ମାନା ଗ୍ରାମ ନିକଟରେ ଥିବା ସୀମା ସଡ଼କ ସଂଗଠନ (ବିଆରଓ) ଶିବିରରେ ହିମସ୍ଖଳନରେ ଉଦ୍ଧାର ହୋଇଥିବା ୪୭ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଛି ସେନା ହସ୍ପିଟାଲରେ । ଗତକାଲି ଏହି ଭୂସ୍ଖଳନ ହୋଇଥିବା ବେଳେ ଏଥିରେ ୫୫ ଜଣ ଶ୍ରମିକ ଫସିରହିଥିଲେ । ସେମାନଙ୍କ ମଧ୍ୟରୁ ଆଜି ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୋଟ ୫୦ ଜଣ ଉଦ୍ଧାର ହୋଇଛନ୍ତି । ଆଉ ୫ ଜୀବନ ଏବେବି ମାଟି ତଳେ ଫସି ରହିଥିବା ସୂଚନା ମିଳିଛି ।  ବାକି ପାଞ୍ଚ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ବର୍ତ୍ତମାନ ଚାଲିଛି ।

ସେପଟେ ଉଦ୍ଧାର ଶ୍ରମିକମାନଙ୍କୁ ଗୁରୁତର ସ୍ୱାସ୍ଥ୍ୟସେବା ପାଇଁ ଜୋଶୀମଠକୁ ପଠାଇବା ପାଇଁ ମୋଟ ଛଅଟି ହେଲିକପ୍ଟର ନିୟୋଜିତ କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଧାମି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝୁଛନ୍ତି ।

ତେବେ ଗତ କାଲି ପ୍ରାଥମିକ ସ୍ତରରେ ୩୩ ଜରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାତି ହେବା ସହିତ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଅନ୍ୟପଟେ ପ୍ରବଳ ତୁଷାରପାତ ଏବଂ ଅଧିକ ହିମସ୍ଖଳନର ଆଶଙ୍କା ମଧ୍ୟରେ ବାକି ଫସିରହିଥିବା ଶ୍ରମିକଙ୍କୁ ଖୋଜିବା ଆହୁରି କଷ୍ଟକର ହୋଇଥିଲା । ଏବେ ବି ଭାରି ତୁଷାର ପାତ ଜାରି ରହିଛି । ଆଜି ସକାଳୁ ସକାଳୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରେ ଆଉ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଜି ଦ୍ବିତୀୟ ଦିନରେ ମୋଟ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି ।

ତେବେ କହିରଖୁଛୁ, ଶୁକ୍ରବାର ସକାଳ ପ୍ରାୟ ୭ଟା ବେଳେ ଭାରତ-ତିବ୍ଦତ ସୀମାର ଶେଷ ଗ୍ରାମ ମାନାରେ ସେନା ଗତିବିଧିକୁ ସୁଗମ କରିବା ପାଇଁ ବରଫ ସଫା କରିବାରେ ୫୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଗତକାଲି ସକାଳେ ହିମସ୍ଖଳନ ବେଳେ ସେମାନେ ବିଆଓ କ୍ୟାମ୍ପରେ ଫସିଯାଇଥିଲେ । ପରେ ଏହି କ୍ୟାମ୍ପଟି ବରଫ ତଳେ ପୋତି ହୋଇଯାଇଥିଲା ।

Comments are closed.