Latest Odisha News

BREAKING NEWS

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ ରାଇସ୍‌ ମିଲ୍‌ ନିକଟରେ ସଡ଼କ ଦୁର୍ଘଟଣା ହୋଇଥିଲା । ସୋର ପୌରପାଳିକା ରାଇପୁର ଗାଁର ମଙ୍ଗଳପୁର ଜନାର୍ଦ୍ଦନ ଉଚ୍ଚ ବିଦ୍ୟା ପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବାସୁକୃଷ୍ଣ ମହାପାତ୍ର, ଦହିପୁର ଗାଁର ଚୈତନ୍ୟ ପ୍ରଧାନ, ବିଦୁ ଅଞ୍ଚଳର ଜୟନ୍ତ ପଟ୍ଟନାୟକ, ପଢୁଆଁ ବାରାପୁର ଗାଁର ଉମାକାନ୍ତ ମଲ୍ଲିକ କାର୍‌ ଯୋଗେ ପୁରୀରୁ ଫେରୁଥିଲେ । ତାଙ୍କ ଫେରିବା ବାଟରେ ଏପରି ଅଘଟଣ ଘଟିଛି ।

ଏନେଇ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେଠାରୁ ବାସୁକୃଷ୍ଣ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.