Latest Odisha News

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର ହୋଇପଡ଼ିଛି। ରାୟଗଡା ଜିଲ୍ଲା କୋଲନେରା ବ୍ଲକ ବେଲକଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏବେ ଗୁରୁତର ଜଣଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।

ଆହତ ନାବାଳକର ଘର ବିଷମକଟକ। ସେ ବେଲକଣା ଆସିଥିଲା ବନ୍ଧୁ ଘରକୁ ବୁଲିବା ପାଇଁ। ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବଡ଼ କଥା ହେଲା ଦୁର୍ଘଟଣା ଘଟାଇବା ପରେ ମନ୍ତ୍ରୀ କାର ଭିତରେ ରହି ସବୁ ଦେଖୁଥିଲେ କିନ୍ତୁ ଚୁପ୍ ରହିଥିଲେ। ହେଲେ ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ଗାଡିକୁ ପିଛା କରି ଅଟକାଇଥିଲେ। ଆଉ ପରେ ମନ୍ତ୍ରୀଙ୍କ ତେବର ଥଣ୍ଡା ପଡ଼ିଥିଲା। ଶେଷରେ ନିଜ କାରରେ ଆହତ ପିଲାଟିକୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ବିଜେଡି ବିଧାୟକ ଜଗନ୍ନାଥ ସାରକା।

Leave A Reply

Your email address will not be published.