Latest Odisha News

BREAKING NEWS

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅନ୍ବିତା

ଜୟପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଅନ୍ବିତା ।  ଜୟପୁର ୧୭୮ ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମାତା ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ବିତା ମିଶ୍ର । ବୟସ ମାତ୍ର ସାଢେ ୫ ବର୍ଷ । ଏହି ବୟସରେ ସ୍ପଷ୍ଟ ଭାବେ ବିଭିନ୍ନ ଦେଶ ଓ ତାହାର ରାଜଧାନୀ ନାମ କହି ପୁରଛନ୍ତି । ମାତ୍ର ୪୦ ସେକେଣ୍ଟରେ ଏସିଆର ୪୮ ଦେଶ ଓ ତାହାର ରାଜଧାନିର ନାମ ୩୪ ସେକେଣ୍ଡରେ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନାମ ସହ ରାଜଧାନିର ନାମ କହୁଛନ୍ତି । ଏଥି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି ।

କୋରାପୁଟ ଜିଲାର ନାମକୁ ରୋସନ କରିଛନ୍ତ ଅନ୍ବିତା ମିଶ୍ର । ଅନ୍ବିତା ପ୍ରକାଶ ବିଦ୍ୟାଳୟରେ ୟୁକେଜିରେ ପଡୁଥିବା ବେଳେ ଛୋଟବେଳୁ ହିଁ ଅନ୍ବିତା ବହୁତ କିଛି ମନେ ରଖି ପାରୁଛନ୍ତି । ଜେଜେମା ପୁଜା କରୁଥିବା ସମୟରେ ମନ୍ତ୍ର ଉଚ୍ଚରଣ କରୁଥିବା ବେଳେ ତାହା ଶୁଣି ଆପେ ଆପେ ମନ୍ତ୍ର ଉଚ୍ଚାରଣ କରୁଥଲେ ଅନ୍ବିତା ।  ଏ ସବୁ ସେ ଫଟାଫଟ ମନେ ରଖି ଥିଲେ । ପରେ ଇଣ୍ଡିଆ ବୁକ ଅଫେ ରେକର୍ଡସ କୁ ଭିଡିଓ ପଠାଇଥିଲେ ଓ ତାଙ୍କ ପାଖକୁ ଇଣ୍ଡିଆ ବୁକ ରେକର୍ଡସ ପ୍ରମାଣପତ୍ର, ମେଡାଲ, ପୁସ୍ତକ ଆସିଛି । ଆସିବା ପରେ ଅନ୍ବିତାଙ୍କ ପାଖକୁ ଶୁଭେଛାର ସୁଅଛୁଟୁଛି ।

Leave A Reply

Your email address will not be published.