Latest Odisha News

BREAKING NEWS

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ

ପୁରୀ : ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ । ଏହି ଯାତ୍ରା ୭ ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିଥାନ୍ତି ।ମୁକ୍ତି ମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ରାସ କରିଥାନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠ ମନ୍ଦିରରେ ମଧ୍ୟ ଏହି ଝୁଲଣ ପର୍ବ ମଧ୍ୟ ଦେଖିବାକୁ ମିଳିଥାଏ । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗରମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି | କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ କେବଳ ଦେବାଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ ।

BjdElectrycity

ଚଳିତବର୍ଷ କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ଝୁଲଣ ଯାତ୍ରା ହେବ। ବିଭିନ୍ନ ମଠରେ, ସ୍ବତନ୍ତ୍ର ଶୈଳୀରେ ଚାଳି ତିଆରି ହୋଇ ପଛପାର୍ଶ୍ବରେ ଝୁଲଣ କୁଞ୍ଜ ତିଆରି ହୋଇଛି। ମେଢଫୁଲ,ଜରି ଜମ୍ବୁରା ଓ ସୋଲର ଆକର୍ଷଣୀୟ କାରୁକାର୍ଯ୍ୟ, ଶୁଆସାରୀ, ବଣିପାରା, ଗୁଣ୍ଡୁଚି ମୂଷା,ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ଝୁଲଣ କୁଞ୍ଜରେ ଖଞ୍ଜା ଯାଇଛନ୍ତି । ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ବତନ୍ତ୍ରତା ଥିବାବେଳ ଚଳିତବର୍ଷ କିନ୍ତୁ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ସଂନ୍ଧ୍ୟା ୭ଟାରେ ଦର୍ଶନ ବନ୍ଦ ହେଉଥିବାରୁ ଭକ୍ତମାନେ ଏହା ଦେଖିବାରୁ ବଞ୍ଚିତ ହେବେ।

 

Leave A Reply

Your email address will not be published.