Latest Odisha News

ହାତୀ କରିଡ଼ର ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା : PCCF

ଭୁବନେଶ୍ୱର : ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପ୍ରସଙ୍ଗରେ ସବୁଆଡୁ ଚର୍ଚ୍ଚା ହେବାପରେ ସୋମବାର ପ୍ରତିକ୍ରିୟା ରଖିଛନ୍ତି PCCF(Principal Chief Conservator of Forests) ଓଡ଼ିଶା । ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ଏବେୁ ଚିନ୍ତା ବଢାଇଥିବା, ପିସିସିଏଫ୍ ନିଜେ ସ୍ବୀକାର କରିଛନ୍ତି । ତେଣୁ ଏହାକୁ ନଜରରେ ରଖି ହାତୀ କରିଡର ଯୋଜନାରେ ଚଳିତ ବର୍ଷ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରାୟ ୨୫୦୦ କିମି ଅଞ୍ଚଳରେ ଏରିକଲ ବଞ୍ଚ୍ କେବିରିଙ୍ଗ୍ କାର୍ଯ୍ୟ ସରିଥିବା ବେଳେ ୩୮୦୦କିମି ଅଞ୍ଚଳରେ ଏରିକଲ୍ ବଞ୍ଚ୍ ଜେବିଲିଙ୍ଗ୍ କରାଯିବ ବୋଲି PCCF ସୂଚନା ଦେଇଛନ୍ତି । ହାତୀ ଚଲାପଥ ଅଞ୍ଚଳରେ ଥିବା ମୋଟ ୧୩ ହଜାର ବିଦ୍ୟୁତ ଖୁଣ୍ଟ ମଧ୍ୟରୁ ଏଯାବତ ପାଖାପାଖି ୯୦୦୦ରୁ ଅଧିକ ମରାମତି ହୋଇଥିବା କହିଛନ୍ତି ପିସିସିଏଫ୍ ।

ସେପଟେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ତଥ୍ୟ ମଧ୍ୟ ବେଶ ଚିନ୍ତାଜନକ । ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ, ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ବିଦ୍ୟୁତ୍‌ ଆଘାତରେ ୪୩ଟି ଓ ସୁଚିନ୍ତିତ ଭାବେ ବିଦ୍ୟୁତ୍‌ ତାର ବିଛାଯାଇ ୬୧ଟି ହାତୀଙ୍କୁ ହତ୍ୟା କରାଯାଇଛି। ତେଣୁ ହାତୀ ବଂଶ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

Leave A Reply

Your email address will not be published.