Latest Odisha News

ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲା ମାନବ ଏବଂ ଅର୍ଚ୍ଚନାଙ୍କ ଯୋଡି

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଏଣିକି ପିଲାମାନଙ୍କ ପାଇଁ ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ। ବଙ୍ଗଳାର ଛାତ୍ରଛାତ୍ରୀ ଏବେ ଉଭୟଙ୍କ ସମ୍ପର୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ।

ଏହା ସୁଶାନ୍ତ ଏବଂ ଅଙ୍କିତାଙ୍କ ଡେବ୍ୟୁ ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ ସହ ଯୋଡି ହୋଇଛି। ଏଥିରେ ଅଙ୍କିତା ତଥା ଅର୍ଚ୍ଚନା ସୁଶାନ୍ତ ତଥା ମାନବଙ୍କ ବିପକ୍ଷର ନାୟିକା ସାଜିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଡେଟିଂ ଆରମ୍ଭ ହୋଇଥିଲା। ସମ୍ପର୍କ ଗଢିବାର ୬ ବର୍ଷ ପରେ ଦୁହେଁ ଦୁହିଁଙ୍କଠୁ ଅଲଗା ହୋଇଯାଇଥିଲେ। ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ବହୁ ଚର୍ଚ୍ଚିତ ଆତ୍ମହତ୍ୟା ମାମଲା ସମସ୍ତଙ୍କୁ ହତ୍‌ବାକ କରିଦେଇଥିଲା।

ଏବେ ବି ଲୋକମାନେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନିଜ ଢଙ୍ଗରେ ସମ୍ମାନିତ କରୁଛନ୍ତି। ତାଙ୍କୁ ଚଳିତ ବର୍ଷ ଓସ୍କାର ମେମୋରିୟମ୍ ଗ୍ୟାଲେରୀରେ ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତ ଏବଂ ଅଙ୍କିତାଙ୍କ ଯୋଡି ଏକ ବଙ୍ଗୀୟ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି।

Comments are closed.