Latest Odisha News

BREAKING NEWS

ଫିଲିପାଇନ୍ସର ରହସ୍ୟମୟ ଚକୋଲେଟ୍ ପାହାଡ଼ ! ଏହା ପଛରେ ରହିଛି ଏକ ନିଆରା ପ୍ରେମ କାହାଣୀ !

ଭୁବନେଶ୍ୱର: ପ୍ରକୃତିର ବିସ୍ମୟକର ଦୃଶ୍ୟ ବେଳେ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଦେବା ସହିତ ଏହାର ରହସ୍ୟମୟ କିମ୍ବଦନ୍ତୀ ତଥା ଅଦ୍ଭୁତ କାର୍ଯ୍ୟକଳାପରେ ମନୁଷ୍ୟ ହତଚକିତ ହୋଇ ପଡ଼ିଥାଏ । ଏସୀୟ ରାଷ୍ଟ୍ର ଫିଲିପାଇନ୍ସର ଏହି ପାର୍ବତ୍ୟାଞ୍ଚଟି ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି ।
ପ୍ରକୃତିରେ ରହସ୍ୟର ପରସ୍ତ । ପ୍ରକୃତିର ଏହି ରହସ୍ୟମୟ ରୂପରେ ଅଭିଭୂତ ହେଉଛି ମଣିଷ । ପ୍ରାକୃତିକରହସ୍ୟର ଖିଅ ଖୋଜୁ ଖୋଜୁ ଯୁଗ ପରେ ଯୁଗ ବିତି ଯାଉଛି ହେଲେ ରହସ୍ୟକୁ ନେଇ ଯେଉଁ ବିସ୍ମୟକୁ ସେହି ବିସ୍ମୟ । ପ୍ରକୃତିର ରଚୟିତା କିଏ? କିଏ ସଂରଚନା କରିଛି ଏ ବିସ୍ମୟକର ପ୍ରକୃତିକୁ? ,ତାକୁ ନେଇ ମଧ୍ୟ ରହିଛି ଅନେକ ମତ ତେବେ ଏ ମାନସିକ ସଂଗ୍ରାମ ଭିତରେ ସାଧାରଣ ମଣିଷର ମନ କିନ୍ତୁ ଆଶ୍ଚର୍ଯ୍ୟକର ପ୍ରକୃତିକୁ ନେଇ ରହସ୍ୟରେ ବୁଡ଼ି ରହିଛି ।ସେମିତି ଏକ ପ୍ରାକୃତିକ ରହସ୍ୟ ରହିଛି ଫିଲିପାଇନ୍ସର ବୋହଲ ରେ । ଏଠାକୁ ଗଲେ ଦେଖିବାକୁ ପାଇବେ ଏକ ପର୍ବତମାଳା ।ହେଲେ ଏହି ପାର୍ବତ୍ୟମାଳାରେ ଥିବା ପାହାଡ଼ ଗୁଡ଼ିକର ଉଚ୍ଚତାକୁ ଦେଖିଲେ  ଆଶ୍ଚର୍ଯ୍ୟ ହେବା ସୁନିଶ୍ଚତ । କାରଣ ଆମେ ସାଧାରଣରେ ଦେଖିଥିବା ପାହଡ଼ ଗୁଡ଼ିକର ଉଚ୍ଚତା ଅଧିକ ହୋଇଥାଏ ହେଲେ ଏହି ପାର୍ବତ୍ୟାବଳୀର ସବୁଠାରୁ ଉଚ୍ଚ ପର୍ବତ ହେଉଛି ୧୨୦ ମିଟର  ଗୋଟିଏ ନୁହେଁ ଅନେକ ଛୋଟଛୋଟ ପର୍ବତ ଏଠାରେ ଦେଖିବାକୁ ମିଳିଥାଏ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏତେ ଛୋଟ ଛୋଟ ପାହାଡ଼ କିପରି ଗୋଟିଏ ଅଞ୍ଚଳରେ ରହିଲା ତାହାହିଁ ସବୁଠାରୁ ରହସ୍ୟମୟ ଘଟଣା ।ତେବେ ଏହି ପର୍ବତାବଳୀକୁ ସ୍ଥାନୀୟ ଅଧିବାସୀ ମାନେ ଚକଲୋଟେ ହିଲ୍‌ ବୋଲି କହିଥାନ୍ତି । କାରଣ ଏହି ଛୋଟଛୋଟ ପାହାଡ଼ ଗୁଡ଼ିକଘାସ ଦ୍ୱାରା

ଆଛାଦିତ ହୋଇ ରହିଛି  ଯେତେବେଳେ ଘାସ ଗୁଡ଼ିକ ଶୁଖି ଯାଏ ସେତେବେଳେ ତାହା ଦୂରରୁ ଛୋଟଛୋଟ ଚକୋଲେଟ୍‌ ଭଳି ଦେଖାଯାଇଥାଏ ତେଣୁ ସ୍ଥାନୀୟ ଅଧିବାସୀ ମାନେ ଏହାକୁ ଚକୋଲେଟ୍‌ ହିଲ୍‌ ବୋଲି କହିଥାନ୍ତି ।ତେବେ ଯେଉଁଠାରେ ରହସ୍ୟ ସେହିଠାରେ ରହିବ ଲୋକକଥା,କାହାଣୀ ଓ କିମ୍ବଦନ୍ତୀ । ଚକୋଲେଟ୍‌ ହିଲ୍‌ କୁ ନେଇ ମଧ୍ୟ ରହିଛି ସେମିତି ଲୋକକଥା। ଲୋକକଥା ଅନୁସାରେ ଏହି ଛୋଟ ପାହାଡ଼ ଗୁଡ଼ିକର ଉତ୍ପତ୍ତି ସହିତ ଯୋଡ଼ି ହୋଇ ରହିଛି ଏକ ସୁନ୍ଦର ପ୍ରେମ କାହାଣୀ ।

ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି ଫିଲିପାଇନ୍ସର ଏହି ଚକୋଲେଟ ପାର୍ବତ୍ୟାଞ୍ଚଟି । କେଉଁ ବୈଜ୍ଞାନିକ କାରଣ କିମ୍ବା କି ଭୌଗୋଳିକ କାରଣ ଯୋଗୁଁ ଏହି କୁନି କୁନି ପାହାଡ଼ ସୃଷ୍ଟି ହୋଇଛି ତାହାର ରହସ୍ୟ ଏବେ ମଧ୍ୟ ଅଛପା ହୋଇ ରହିଛି । ବିଶ୍ୱାସ ଅନୁସାରେ ଆରୋଗୁ ଖୁବ ବଳଶାଳୀ ଥିଲା  ସେ ଖୁବ ଶାନ୍ତ ସ୍ୱାଭାବର ଆଲୋୟାଙ୍କ ପ୍ରେମରେ ପଡ଼ିଥିଲା । ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଥିଲେ ହେଲେ ଯେତେବେଳେ ଅାଲୋୟାଙ୍କର ମୃତୁ୍ୟ ଘଟିଥିଲା ସେତେବେଳେ ଆରୋଗୁ ଖୁବ୍‌ ଭାଙ୍ଗି ପଡ଼ିଥିଲେ । ନିଜ କୋହ ସମ୍ଭାଳି ନ ପାରି ଖୁବ୍‌ କାନ୍ଦି ଥିଲେ  ସେଏତେ ମାତ୍ରାରେ କାନ୍ଦି ଥିଲେ ଯେ ତାଙ୍କ ଲୁହ ଶୁଖି ଗଲାପରେ ଏହି ଚକୋଲେଟ୍‌ ହିଲ୍‌ ରେ ପରିଣତ ହୋଇଥିଲା । ତେଣୁ ପେ୍ରମ କାହାଣୀ ସହିତ ଏହି ଚକୋଲେଟ୍‌ ହିଲ ଯୋଡ଼ି ହୋଇ ଥିବାରୁଥିବାରୁ ଏହାକୁ ସ୍ଥାନୀୟ ବାସିନ୍ଦା ମାନଙ୍କ ଭାବାବେଗ ସହ ଜଡ଼ିତ ହୋଇ ରହିଛି । ବଡ଼ ପାହାଡ଼ ଭଳି ଏହି ଛୋଟ ପର୍ବତାବଳୀର ସୃଷ୍ଟି ହୋଇଥିବ । ତେଣୁ ଏହାକୁନେଇକିକୌଣସି ରହସ୍ୟନାହିଁଏକାଧିକ କ୍ଷୁଦ୍ର ପାହାଡ଼ର ସମାହାର ଚକୋଲେଟ୍‌ ହିଲ । ଫିଲିପାଇନ୍ସର ଏହି ପ୍ରାକୃତିକ ଆଶ୍ଚର୍ଯ୍ୟକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ବୋହୋଲର ଏହି ଚକୋଲେଟ୍‌ ହିଲ୍‌ ବିଜ୍ଞାନୀ ମାନଙ୍କ ପାଇଁ କୌଣସି ଉତ୍କଣ୍ଠା ସୃଷ୍ଟି କରୁନାହିଁ ସତ କିନ୍ତୁ ସାଧାରଣ ମଣିଷର ମନରେ ଏହି ଚକୋଲେଟ୍‌ ହିଲର ଅବସ୍ଥିତି ନିହାତି ମନରେ ବିସ୍ମୟ ଭାବ ସୃଷ୍ଟି କରିଥାଏ । ଆହୁରୁ ଏହି ଉତ୍କଣ୍ଠା ସୃଷ୍ଟି କରିବା ପାଇଁ ସହାୟତା ଦେଇଥାଏ ସ୍ଥାନୀୟ ଅଧିବାସୀ ମାନଙ୍କର ବିଭିନ୍ନ ବିଶ୍ୱାସ,ଲୋକକଥା,କାହାଣୀ ଓ କିମ୍ବଦନ୍ତୀ ଏହା ଏକ ପ୍ରାକୃତିକ ସାଧାରଣ ଘଟଣା ବୋଲି ବିଜ୍ଞାନୀ ମଣିଷ ବିଶ୍ୱାସ କରୁଥିବା ବେଳେ କିଛି ସାଧାରଣ ମଣିଷଙ୍କ ପାଇଁ ଏହା ହେଉଛି ପେ୍ରମିକ ଆରୋଗୁର ଶୁଖିଲା ଲୁହ ।

ସେହିଭଳି ଆହୁରି ଅନେକ ରୋମାଞ୍ଚକର ଲୋକକଥା ମଧ୍ୟ ଶୁଣିବାକୁ ମିଳିଥାଏ । ସେହିପରି ଏକ କାହାଣୀ ଅନୁସାରେ ଦୁଇ ଜଣ ଦିଗଜ ବୀରଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା  ସେମାନେ ପରସ୍ପରକୁ ଢେଲା ପଥର,ବିଭିନ୍ନ ଅସ୍ତ୍ରଶସ୍ତ୍ର ନିକେ୍ଷପ କରିଥିଲେ ଏହି ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା । ଶେଷରେ ସେମାନେ ଲଢିଲଢି ହାଲିଅା ହୋଇଯାଇଥିଲେ  ସେମାନେ ନିଜ ଭିତରେ ଥିବା ଶତୃତାକୁ ଭୁଲି ଯାଇଥିଲେ ।ଅାଉ ସେମାନଙ୍କମଧ୍ୟରେ ପୁଣି ବନ୍ଧୁତା ସୃଷ୍ଟି ହୋଇଥିଲା ।ଅାଉ ସେମାନେ ଯୁଦ୍ଧରେ ବ୍ୟବହାର କରିଥିବା ପଥର ଇତ୍ୟାଦି ଏହି ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ । ସେହି ସବୁ ପଥର ଏଠାରେ ଏଭଳି କ୍ଷୁଦ୍ର ପାହାଡ଼ ସୃଷ୍ଟି କରିଥିଲା । ଚୋକେଲେଟ ପାହାଡ଼କୁ ନେଇ ଥିବା ଏଇ ଲୋକକଥାକୁ ମଧ୍ୟ ଅନେକ ସ୍ଥାନୀୟ ବାସିନ୍ଦା ଗ୍ରହଣ କରିଥାନ୍ତି । ଏକ ଯୁଦ୍ଧ ସହିତ ଯୋଡ଼ି ଦେଇଥାନ୍ତି ଚକୋଲେଟ ପାହାଡ଼କୁ ।ସେହିଭଳି ଏକ ଲୋକକଥା ମଧ୍ୟ ଚକୋଲେଟ ପାହାଡ଼କୁ ନେଇ ଶୁଣିବାକୁ ମିଳିଥାଏ ।

ଏହାର କୌଣସି ବିଜ୍ଞାନସମ୍ମତ କାରଣ ଏଯାଏଁ କୌଣସି ଭୂଗୋଳବିତ୍ ବା ବୈଜ୍ଞାନିକ ତାଙ୍କ ଗବେଷଣାରେ ସ୍ପଷ୍ଟ କରିନାହାନ୍ତି । ତେଣୁ ଜନମାନସରେ ଏହା ଆଜି ପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି । କାହାଣୀ ଅନୁସାରେଏକ ବିଶାଳ ଜଳ ମଇଁଶୀ ନିକଟରେ ଥିବା ସମସ୍ତ ଶସ୍ୟକୁ ଖାଇ ଦେଇଥିଲା । ଏଠାକାର ସ୍ଥାନୀୟ ବାସିନ୍ଦା ମାନେ ଏହି ଜଳ ମଇଁଶୀ ଠାରୁ ନିଜ ଶସ୍ୟକୁ ରକ୍ଷା କରିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ ।ସେମାନେ ନିଜ ଘରେ ଥିବା ପୁରୁଣା ତଥା ନଷ୍ଟ ଖାଦ୍ୟକୁ ସେହି ବିଶାଳ ମଇଁଶୀ ପାଇଁ ସଜାଇ ରଖିଥିଲେ । ଅାଉ ସେହି ମଇଁଶୀ ଯେତେବେଳେ ସେହି ନଷ୍ଟ ହୋଇଯାଇଥିବା ଖାଦ୍ୟରୁ କିଛି ଖାଇଥିଲା ସେତେବେଳେ ସେ ତାକୁ ହଜମ କରି ପାରିନଥିଲା ଅାଉ ସେ ଖାଦ୍ୟହୋଇଯାଇଥିବା ଖାଦ୍ୟରୁ କିଛି ଖାଇଥିଲା ସେତେବେଳେ ସେ ତାକୁ ହଜମ କରି ପାରିନଥିଲା  ସେ ଖାଦ୍ୟ ହଜମ କରିବା ଭିତରେ ଅନ୍ୟ ଖାଦ୍ୟ ଗୁଡ଼ିକ ଶୁଖିଯାଇ ଏଭଳି ଛୋଟଛୋଟ ପର୍ବତ ସୃଷ୍ଟି କରିଥିଲା ।ତେବେ ଚକୋଲେଟ ପାହାଡ଼କୁ ନେଇ ଏତେ ଲୋକକଥା କିମ୍ବଦନ୍ତୀ କାହାଣୀ ରହିବା ହିଁ ଏହି ପାହାଡ଼କୁ ନେଇ ଥିବା ରହସ୍ୟ ପଛର ମୂଳ ଉପାଦାନ ବୋଲି ବିଶ୍ୱାସ କରାଯାଏ ।ତେବେ ପ୍ରକୃତିର ଏହି ରହସ୍ୟମୟ ରୂପ ସବୁବେଳେ ମଣିଷକୁ ବିସ୍ମୟ ଜଗତକୁ ନେଇଛି ।ତେବେ ବେଳେବେଳେ ବିଜ୍ଞାନର ଅାଲୋକ ମଧ୍ୟ ଏଭଳି ରହସ୍ୟ ଉପରୁ ପର୍ଦା ଉଠାଇବାରେ ସଫଳ ହୋଇଛି ।

Leave A Reply

Your email address will not be published.