Latest Odisha News

BREAKING NEWS

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ଆଧାରିତ  ।

ତେବେ ଏହି ଫିଲ୍ମରେ ନାୟକ ଭାବେ ସମ୍ବିତ୍‌ ଏବଂ ନାୟିକା ଭୂମିକାରେ ତୃପ୍ତି ନଜର ଆସୁଛନ୍ତି  । ଆଉ ମୁଖ୍ୟ ଭୂମିକାରେ ନଜର ଆସିବେ ବବି ମିଶ୍ର । ଏଥିସହ ଏହି ଫିଲ୍ମରେ ବଡ଼ ବଡ଼ ଅଭିନେତା ନଜର ଆସୁଛନ୍ତି । ବବି ମିଶ୍ର, ହରି ମହାପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ଭାବନାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ  । ଏହି ଫିଲ୍ମରେ ସଙ୍ଗୀତ ଗୁଡୁଲି ରଥ କରିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ ଏବଂ ଅର୍ପିତା ।

ଦୁଇ ପ୍ରେମପକ୍ଷୀକୁ ଏକାଠୀ କରିବା ପାଇଁ ସାଙ୍ଗ ହିସାବରେ ହରି ମହାପାତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଯାହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ହରି ମହାପାତ୍ର  । ଲଭ୍, ରୋମାନ୍ସ, ଆକ୍ସନକୁ ନେଇ ଆସୁଛି ‘ଫେରିଲେ ମୁଁ ତୁମର’  । ବର୍ତ୍ତମାନ ଟ୍ରେଲର, ଅଡିଓ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଆଉ ଦର୍ଶକଙ୍କ ମନ ଜିତିବ ବୋଲି ଆଶା ରଖିଛନ୍ତି ବବି ମିଶ୍ର  ।

Leave A Reply

Your email address will not be published.