Latest Odisha News

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ଡିଭାଇଡରରେ ପିଟି ହୋଇ ରାସ୍ତା ଆରପଟକୁ ଚାଲି ଯାଇଥିଲା ।

ସେତିକିବେଳେ ଆଗ୍ରାରୁ ଆସୁଥିବା ଇନୋଭା କାର ଉପରେ ଓଲଟି ପଡ଼ିଥିଲା ଟ୍ୟାଙ୍କର । କାରଟି ନୋଏଡା ଅଭିମୁଖେ ଆସୁଥିଲା । ଘଟଣାସ୍ଥଳରେ କାରରେ ଥିବା ୭ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର ଉଡ଼ିଯାଇଥିଲା । ମୃତକମାନେ ହରିଆଣାର ବାସିନ୍ଦା ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଡିଜେଲ ବାହାରି ରାସ୍ତାରେ ବୋହି ଯାଇଥିଲା ।

Leave A Reply

Your email address will not be published.