Latest Odisha News

BREAKING NEWS

୧୯୮୩ ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଯଶପାଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ୧୯୮୩ ବିଶ୍ୱବିଜୟୀ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ପଞ୍ଜାବର ଏହି କ୍ରିକେଟରଜଣକ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟ ଏବଂ ୧୯୭୮ରେ ପାକିସ୍ତାନ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିଜରେ ସେ ୨୮.୪୮ ଆଭରେଜରେ ୮୮୩ ରନ କରିଥିଲେ । ରଣଜୀ କ୍ରିକେଟରେ ସେ ୧୬୦ ମ୍ୟାଚ ଖେଳି ୮୯୩୩ ରନ ସଂଗ୍ରହ କରିଥିଲେ ।

BjdElectrycity

କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ, ପଞ୍ଜାବ ଏବଂ ହରିୟାଣା କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ଏହା ବ୍ୟତୀତ ସେ ଭାଷ୍ୟକାର ଭୂମିକା ମଧ୍ୟ ସୁଚାରୁରୂପେ ତୁଲାଇଥିଲେ । ତାଙ୍କ ବିୟୋଗରେ କ୍ରିକେଟ ଦୁନିଆରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.