Latest Odisha News

BREAKING NEWS

ନୂଆପଡାରେ ୭ ବର୍ଷର ଶିଶୁକୁ ଝାମ୍ପିନେଲା ବାଘ

ନୂଆପଡା: ନୂଆପଡାରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ରେଞ୍ଜ ଧରମବନ୍ଧା ଥାନା କଟିଙ୍ଗପାଣି ଗାଁ ଗୌଧସପଡାରେ ।

ଖବରମୁତାବକ, ଗୌଧସପଡାର ହୁମନ ମାଝୀଙ୍କ ୭ ବର୍ଷର ପୁଅ ଡମ୍ବରୁ ମାଝୀକୁ ଆଜି ସନ୍ଧ୍ୟାରେ ନିଜ ଘର ସାମ୍ନାରୁ ବାଘ ଟେକି ନେଇଯାଇଥିଲା । ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ମଶି ଡମ୍ବୁରୁକୁ ଖୋଜାଖୋଜି କରିଥିବାବେଳେ, ଘର ଠାରୁ କିଛି ଦୂରରେ ଡମ୍ବୁରକୁ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ତେବେ ବାଘର ଆଘାତରେ ଶିଶୁ ଡମ୍ବରୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବର୍ତ୍ତମାନ ଗାଁରେ ବାଘ ଆତଙ୍କରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଗାଁ ପାଖରେ ଦୁଇଟି ବାଘ ଥିବା ଗାଁ ଲୋକେ ଦେଖିଥିଲେ ଏବଂ ଏନେଇ ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ ହେଲେ ଏଥିପ୍ରତି ବନ ବିଭାଗ କର୍ଣ୍ଣପାତ କରିନଥିବା କହିଛନ୍ତି ଲୋକେ ।

Leave A Reply

Your email address will not be published.