Latest Odisha News

BREAKING NEWS

72nd National Film Awards: ଅନନ୍ତ ନାଗ ପାଇଲେ ଦାଦା ସାହେବ ଫାଲକେ

ଗାନ୍ଧୀନଗଗର: ୭୨ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (72nd National Film Awards) ପ୍ରଦାନ ସମାରୋହ ଗୁଜୁରାଟର ଏକତା ନଗର (କେୱଡ଼ିଆ) ଠାରେ ୨୨ ସେପ୍ଟେମ୍ବର ୨୦୨୬ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟ କେୱଡ଼ିଆ ଏକତା ନଗରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବର୍ଗର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଏହି ସମାରୋହ ନୂଆଦିଲ୍ଲୀ ବାହାରେ ଆୟୋଜନ କରାଯାଇଛି।

ଏହି ସମାରୋହରେ ୨୦୨୪ ମସିହାରେ ସେନ୍ସର ବୋର୍ଡ ଦ୍ୱାରା ପ୍ରମାଣିତ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ସମ୍ମାନିତ କରାଯାଇଛି। ଏହି ବର୍ଷ ଓଡ଼ିଶା ପାଇଁ ଗର୍ବର ବିଷୟ ହେଉଛି, ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ (Lahari) କୁ ଶ୍ରେଷ୍ଠ ଓଡ଼ିଆ ଆଞ୍ଚଳିକ ଚଳଚ୍ଚିତ୍ର (Best Odia Film) ଭାବେ ପୁରସ୍କାର ମିଳିଛି। ସେହିପରି ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ‘ଦାଦା ସାହେବ ଫାଲକେ’ ପୁରସ୍କାର ପ୍ରଦାନ କରାଯାଇଛି।

‘ଆର୍ଟିକିଲ ୩୭୦’କୁ ମିଳିଲା ଶ୍ରେଷ୍ଠ ଫିଚର୍‌ ଫିଲ୍ମ ପୁରସ୍କାର। ‘ଭଙ୍ଗାର’ ଶ୍ରେଷ୍ଠ ଅଣଫିଚର ଓ ‘ରାମ-ନାମୀ’ ଶ୍ରେଷ୍ଠ ପ୍ରାମାଣିକ ଫିଲ୍ମ ପୁରସ୍କାର ମିଳିଛି। ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ୍ ଆର୍ଯ୍ୟନ୍ ଓ ମାମୁଟି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ସ୍ୱାତନ୍ତ୍ର୍ୟ ବୀର ସାଭରକର’ ଫିଲ୍ମ ପାଇଁ ରଣଦୀପ ହୁଡା ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି।

Leave A Reply

Your email address will not be published.