Latest Odisha News

BREAKING NEWS

୧୪ ବର୍ଷର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିଲେ, ମିଳିଲା ୬୦୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ଶିକ୍ଷୟିତ୍ରୀଙ୍କୁ ୬୦୦ ବର୍ଷ ଜେଲ  । ୧୪ ବର୍ଷରୁ କମ୍ ବୟସର ଜଣେ ଛାତ୍ରଙ୍କୁ ଯୗନଶୋଷଣ ଅଭିଯୋଗରେ ଆମେରିକାର ଜଣେ ୭୪ ବର୍ଷୀୟ ମହିଳାଙ୍କୁ କୋର୍ଟ  ସର୍ବାଧିକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି  । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଓ୍ବାଶିଂଟନର ମୋନରଏ ଅଞ୍ଚଳରେ  । ମହିଳା ଶିକ୍ଷୟିତ୍ରୀ  ଜଣକ ହେଉଛନ୍ତି ଏନ୍ ନେଲସନ୍ । ନେଲସନଙ୍କୁ ଯୗନଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି  ।

BjdElectrycity

୧୪ ବର୍ଷ ବୟସର ଛାତ୍ରଙ୍କ ସହ ନେଲସନ୍ ୨୫ରୁ ଅଧିକ ଥର ଯୗନ ଶୋଷଣ କରିଥିଲେ । ଯେତେବେଳେ ନେଲସନ୍ ୬୭ ବର୍ଷ ବୟସର ହୋଇଥିଲେ, ସେତେବେଳେ ଛାତ୍ର ଜଣକ ୧୪ ବର୍ଷ ବୟସର ହୋଇଥିଲେ । ନେଲସନ୍ ତୋମାହରର ଏକ ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବାବେଳେ ଏଭଳି ଘଟଣା ଘଟିଛି । ୨୦୧୬ରୁ ୨୦୧୭  ମସିହା ମଧ୍ୟରେ ନେଲସନ୍ ଅନେକଥର ଯୗନଶୋଷଣ କରିଛନ୍ତି ।

କୋର୍ଟରେ ଏହି ମାମଲା ମାତ୍ର ୩ ଦିନ ଶୁଣାଣି ହୋଇଥିଲା । ମାତ୍ର ୫ ଘଣ୍ଟାରେ ବିଚାରପତି ମହିଳାଙ୍କୁ ସଜ୍ଜା ଶୁଣାଇଥିଲେ । ପୀଡିତ ଛାତ୍ରଙ୍କ ଅଭିଯୋଗ କ୍ରମେ  ମହିଳାଙ୍କୁ ଦଣ୍ଡ ମିଳିଛି । ତେବେ ଆସନ୍ତା ଅକ୍ଟୋବର ୨୭ ତାରିଖରୁ ଦଣ୍ଡାଦେଶ ଆରମ୍ଭ ହେବ  ଏବଂ ନେଲସନ୍ ୬୦୦ ବର୍ଷ ଜେଲ ଦଣ୍ଡ ଭୋଗିବେ । ..

 

Leave A Reply

Your email address will not be published.