Latest Odisha News

ୱାଟ୍ସ ଅପରେ ହାର୍ଟ ଇମୋଜି ପଠାଇଲେ ହୋଇପାରେ ଜେଲ, ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଯୁଗ ବହୁତ ଆଗକୁ ଯାଇଛି । ବତ୍ତର୍ମାନ ସମୟରେ ଫୋନରେ କଥା ହେବା ଅପକ୍ଷା ହ୍ବାଟର୍ସ ଆପରେ ଚାଟିଂ କରିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଚାଟ୍ କରିବା ସମୟରେ ଇମୋଜି ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ କରୁଛନ୍ତି । କିଏ ଖୁସି ତ ଆଉ କିଏ ଦୁଃଖର ଇମୋଜି ପଠାଉଛନ୍ତି । ଆଉ କେହି ପ୍ରେମ ଏବଂ ସ୍ନେହରେ ହାର୍ଟ ଇମୋଜି ପଠାଉଛନ୍ତି ।

BjdElectrycity

ହେଲେ ଇମୋଜି ପାଇଁ ଯଦି ଜେଲ ଯିବାକ ପଡେ ? ହଁ, ଏମିତି ଏକ ଆଇନ ରହିଛି, ଯାହା ଆପଣଙ୍କୁ ଇମୋଜି ପାଇଁ ଜେଲ ପଠାଇପାରେ ।

ହାର୍ଟ ଇମୋଜି ପଠାଇଲେ ଜେଲ ଦଣ୍ଡ ଭୋଗିବାକୁ ପଡିବ । ହଁ, କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ । ଦୁଇ ମୁସଲିମ୍ ଦେଶ କୁଏତ୍ ଏବଂ ସାଉଦି ଆରବରେ ଏହି ନିୟମ ହୋଇଛି । ଏଠାରେ ମହିଳାଙ୍କୁ ହାର୍ଟ ଇମୋଜି ପଠାଯିବା ନେଇ ଚେତାବନୀ ଦିଆଯାଇଛି ।

ଏହି ଦେଶରେ ଯେଉଁ ବ୍ୟକ୍ତିମାନେ ମହିଳା ମାନଙ୍କୁ ହାର୍ଟ ଇମୋଜି ପଠାଇବେ , ସେମାନଙ୍କୁ ଦୁଇ ବର୍ଷ ରୁ ୫ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିବ ।
ଯେଉଁମାନେ ଏହି ଆଇନକୁ ଭାଙ୍ଗିବେ ସେମାନେ ଦୋଷୀ ସାବ୍ୟସ୍ତ ହେବା ସହ ୨୦ ଲକ୍ଷ ଟଙ୍କା ର ଜରିମାନା ମଧ୍ୟ ଭରିବେ । କ୍ରାଇମ ବିଶେଷଜ୍ଞଙ୍କ କହିବା ମୂତାବକ ଯୁବତୀ ବା ମହିଳାଙ୍କୁ ହାର୍ଟ ଇମୋଜି ପଠାଇଲେ ତାହାକୁ ଉତ୍ପୀଡନ ଧରାଯିବ ।

ଯଦି କେହି ଏହି ଭୁଲକୁ ଦ୍ୱିତୀୟ ଥର ପାଇଁ କରେ ତେବେ ସମସ୍ୟା ଗୁରୁତର ହୋଇପଡିବ । ଦ୍ୱିତୀୟ ଥର ପାଇଁ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ ଏବଂ ୬୦ ଲକ୍ଷ ଟଙ୍କା ଫାଇନ ଦେବାକୁ ପଡିପାରେ । ଯଦି ଆପଣଙ୍କ ଇମୋଜିକୁ ନେଇ କେହି ଆପତ୍ତି ଉଠାଇଲେ ତେବେ ଆପଣ ଏମିତି ଭାବେ ଫସିବେ ।

Leave A Reply

Your email address will not be published.