Latest Odisha News

BREAKING NEWS

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର  । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛି । ଏହି ଦିନ ରାଜଧାନୀର କର୍ତ୍ତବ୍ୟ ପଥ (ରାଜପଥ)ରେ ଆୟୋଜିତ ହୋଇଥିବା ମୁଖ୍ୟ କାର୍ୟ୍ୟକ୍ରମରେ ଭାରତ ସଂସ୍କୃତିର ଝଲକ ସହିତ ସାମରିକ ଶକ୍ତି ଏବଂ ପାରମ୍ପାରିକ ଐତିହ୍ୟକୁ ଦେଖିବାକୁ ମିଳେ।

ଆଜି ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ଭବ୍ୟ ପରେଡ୍ । ଅତିଥି ଭାବେ ମଞ୍ଚ ମଣ୍ଡନ କରିବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବ ।

ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟର ଲିଡ୍ ନେବେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ସ୍ବଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।

 

Leave A Reply

Your email address will not be published.