Latest Odisha News

BREAKING NEWS

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା 

ଭିଡ ଭିତରେ ଜାତୀୟ ସଙ୍ଗୀତର
ଧାଡିସବୁ ଉଚ୍ଚାରଣ କରି…ଦେଶ ଭାବୁଛି
ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।।

ଲ୍ୟାଣ୍ଡ ମାଇନ୍ ଉପରେ….
ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି
ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।।

ଜଞ୍ଜିର ବନ୍ଧା….
ଅଦୃଶ୍ୟ ହାତରେ ଖଞ୍ଜି ଚାଲିଛି
ଶତ୍ରୁକୁ ଜୟ କରିବାର ଅମୋଘ ଅସ୍ତ୍ର ।।

ଅଫୀମ ମିଶ୍ରିତ…..
କେଇ ବୁନ୍ଦା ଅମୃତ ପାନକରି
ଶିଖୁଛି ମୃତ୍ୟୁ ସଂଜୀବନୀ ପ୍ରାପ୍ତ ହେବାର କୌଶଳ ।।

ଏବେ ଦେଶର ସ୍ୱପ୍ନ ସବୁ
ବିଦେଶରେ ନିଜ-ସ୍ୱପ୍ନକୁ ବିକ୍ରି କରିବାରେ ବ୍ୟସ୍ତ ।।

ଦେଶକୁ ଏବେ ଖୁବ୍ ଶୋଷ
ତେଣୁ କ୍ଷେତ ପିଉଛି କରଜ ଭର୍ତ୍ତି ଜହର ।।

ତଥାପି ଆମ ଦେଶ….
ସମୁଦ୍ର ଗର୍ଭରେ…ବୁଣି ଚାଲିଛି ହାଇବ୍ରିଡ୍ ଧାନ ।।

ଦେଖ ହେ ଇଶ୍ୱର…
ଦେଶ ଏବେ କୁଆଡେ ଯାଉଛି ?

ବିନିକା, ଗଣେଶ ପୁର
ସୋନପୁର

Leave A Reply

Your email address will not be published.