Latest Odisha News

BREAKING NEWS

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ  ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ସେ ଦେଶର ସ୍ଵାଧୀନତା ସଂଗ୍ରାମ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ।

ରାଜ୍ୟରେ ଏକ ସ୍ଥିର ସରକାର ଥିବାରୁ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତ ଗତିରେ ଚାଲିଛି । ଶ୍ରୀକ୍ଷେତ୍ରରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି । ସମସ୍ତଙ୍କ  ସହଯୋଗ ଓ ଆଶୀର୍ବାଦରେ ଆଗକୁ ମଧ୍ୟ ଏହି ବିକାଶ ପ୍ରକ୍ରିୟା ଜାରୀ ରହିବ ବୋଲି ସେ ନିଜ ଅଭିଭାଷଣରେ କହିଥିଲେ । ଏହି ପ୍ୟାରେଡ଼ରେ ବିଭିନ୍ନ ସ୍କୁଲ ଓ କଲେଜର ୫୬ ଟି ଗ୍ରୁପ ଓ ପ୍ରଜ୍ଞାପନ ମେଢ଼  ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୮୨ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ଏସପି କେ. ବିଶାଲ ସିଂହ ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

Leave A Reply

Your email address will not be published.