Latest Odisha News

BREAKING NEWS

ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର/ନୂଆପଡା : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଦେଶ ତଥା ରାଜ୍ୟର କୋଣ ଅନୁକୋଣ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ।

ଜଗତସିଂହପୁର ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ  ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ  । ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ପାରୁଲ ପଟୱାରୀ, ଏସପି, ରାହୁଲ ପି.ଆର ପ୍ରମୁଖ ଯୋଗଦେଇଥିଲେ। ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୋଲିସ ବିଭାଗର ସମ୍ମିଳିତ ପ୍ୟାରେଡରେ ଯୋଗଦେଇ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଭାରତର ସମ୍ବିଧାନ ପ୍ରେଣତା ଡା. ଭୀମ ରାଓ ଆମ୍ବେକରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସେପଟେ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଓ ନୂଆପଡା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଶହଶହ ଜନସାଧାରଣ ଉପସ୍ଥିତ ରହିଥିଲେ । ସେହିପରି ଖଡ଼ିଆଳ ସାଧାରଣାତନ୍ତ୍ର ଦିବସ ପାଳନ ଅବସରରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହ ସମ୍ବିଧାନରେ ପ୍ରଣୀତ ଅଧିକାର କାର୍ଯ୍ୟକାରୀ ଯୋଗୁଁ ହିଁ ପ୍ରକୃତ ସ୍ୱାଧୀନତା ସ୍ୱାଦ ମିଳୁଛି ଓ ଏହା ଆଗାମୀ ଦିନରେ ମଧ୍ୟ କାଶ୍ମୀର ଠାରୁ କନ୍ୟାକୁମାରି ପର୍ଯ୍ୟନ୍ତ ଚିର ସ୍ମରଣୀୟ ହୋଇ ରହିବ ବୋଲି ନିଜ ଉଦବୋଧନରେ କହିଥିଲେ । ଏହି ଅବସର ଉଭୟ ନୂଆପାଡା ଓ ଖଡ଼ିଆଳ ରେ ଅନେକ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ସମ୍ମାନିତ କରା ଯାଇଥିଲା ।

Leave A Reply

Your email address will not be published.