Latest Odisha News

BREAKING NEWS

ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

କୋଲକାତା: ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ସୂଚନା ଅନୁସାରେ, ଆଜି ସକାଳ ପ୍ରୟ ୮ଟା ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଘଟଣାରେ ୧୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ନେଇ ଆଶଙ୍କା ଦେଖାଦେଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଏହି କାରଖାନାର ମାଲିକ ଥିଲା ଭାନୁବାଗ । ତାଙ୍କ ମଧ୍ୟ ବିସ୍ଫୋରଣରେ ଶରୀରର ୮୦ ପ୍ରତିଶତ ପୋଡିଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.