Latest Odisha News

BREAKING NEWS

ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦିନରେ ୯୨ ପଜିଟିଭ୍

ଢେଙ୍କାନାଳ: କରୋନା ଲମ୍ବା ଲମ୍ଫ ମାରିଛି ଢେଙ୍କାନାଳ ଜିଲ୍ଲାରେ । ଗୋଟିଏ ଦିନରେ ଏକାସଙ୍ଗେ ବାହାରିଛି ୯୨ଟି ନୂଆ ପଜିଟିଭେ କେସ୍ । ଏଯାଏଁ ଜିଲ୍ଲାରେ ସର୍ବାଧିକ । ପୂର୍ବରୁ କେବେ ୨୪ ଘଣ୍ଟାରେ ଏତେ ସଂଖ୍ୟକ ସଂକ୍ରମିତ ହୋଇ ନଥିଲେ ।

୯୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ୧୫୮ଟି ଆକ୍ଟିଭ୍ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୩୮ ।

ଢେଙ୍କାନାଳ ଜିଲ୍ଲାରେ ଏପ୍ରିଲ ୯ ତାରିଖରେ ପ୍ରଥମ କୋଭିଟ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଚଳିତ ମାସରେ ଜିଲ୍ଲାରୁ କେବଳ ୨୧୬ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

Leave A Reply

Your email address will not be published.