Latest Odisha News

BREAKING NEWS

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ: ଖୋଲିପାରେ ଆଉ ୨ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଗତକାଲି ହୀରାକୁଦର ୨ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୮ଟି ଗେଟ ଖୋଲିଛି ହୀରାକୁଦ । ବାର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ତେବେ ବର୍ଷାର ପରିମାଣ ଦେଖି ଆଉ ୨ଟି ଗେଟ ଖୋଲିପାରେ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ହୀରାକୁଦର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଗତକାଲି ଅପରାହ୍ନ ୪ଟା ବେଳେ ଡ୍ୟାମର ୨ଟି ଗେଟ ଖୋଲାଯାଇଥିଲା । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ସୁଇସ୍ ଗେଟ ଖୋଲାଯାଇଥିଲା । କିନ୍ତୁ ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଆଜି ପୁଣି ୮ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ହୀରାକୁଦ ଡ୍ୟାମର ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୮.୭୧ ଫୁଟ ।

Leave A Reply

Your email address will not be published.