Latest Odisha News

BREAKING NEWS

୮୦ ପ୍ରତିଶତ ଟିକାକୃତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ୱାରା ସଂକ୍ରମିତ ; ରିପୋର୍ଟ

ନୂଆଦିଲ୍ଲୀ: ଗୋଟିଏ ଡୋଜ ଟିକା ଗ୍ରହଣ କରିଥିବା ୮୦ ପ୍ରତିଶତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏ ନେଇ ଆଇସିଏମଆର ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କୋଭିଡ ପଜିଟିଭ ରୋଗୀ ଅତି କମରେ ଗୋଟିଏ ଡୋଜ୍‌ ଟିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଡେଲଟା ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିଲେ।

ଟିକାକରଣ ପରେ ବ୍ରେକ୍‌ଥ୍ରୋ ସଂକ୍ରମଣ ଉପରେ ଆଇସିଏମଆ ଅଧ୍ୟୟନର ଏହା ହେଉଛି ପ୍ରଥମ ବିଶ୍ଳେଷଣ। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ଟିକାକୃତ ବ୍ୟକ୍ତି ଭାରତରେ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ।

ତେବେ ଟିକାକୃତ ବ୍ୟକ୍ତିଙ୍କ ମଧ୍ୟରେ ମୃତ୍ୟୁ ହାର ବହୁତ କମ୍ ଥିବା ଜଣାପଡିଛି। ପ୍ରାୟ ୬୭୭ ଅଂଶଗ୍ରହଣକାରୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା।

ଏହି ୬୭୭ ଜଣଙ୍କ ମଧ୍ୟରୁ ୭୧ ଜଣ କୋଭାକ୍ସିନ୍ ଟିକା ନେଇଥିବାବେଳେ ବାକି ୬୦୪ ଜଣଙ୍କୁ କୋଭିଶିଲ୍ଡ ଟିକା ମିଳିଥିଲା। ଏଥିରେ ଦୁଇଜଣ ଅଂଶଗ୍ରହଣକାରୀ ଚାଇନାର ସିନୋଫାରମ ଟିକା ମଧ୍ୟ ନେଇଥିଲେ।

ଟିକାକରଣ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି।

Leave A Reply

Your email address will not be published.