Latest Odisha News

ଋଣବୋଝ କାରଣରୁ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ହୋଇନାହିଁ: ମହାରଥୀ

ଭୁବନେଶ୍ୱର: ଓଡ଼ିଶାରେ ଋଣଗ୍ରସ୍ତ ଯୋଗୁଁ କୌଣସି ଚାଷୀ ଆତ୍ମହତ୍ୟା ହୋଇନାହିଁ ବୋଲି ମଙ୍ଗଳବାର ଦିନ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।

“ ଓଡ଼ିଶାରେ ୨୦୧୩-୧୪ରୁ ୨୦୧୭-୧୮ ମସିହା ମଧ୍ୟରେ ସମୂଦାୟ ୨୨୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ଋଣଗ୍ରସ୍ତ ଯୋଗୁଁ ସେମାନେ ଏପରି ଏକ ଚରମ ପଦକ୍ଷେପ ନେଇନାହାନ୍ତି । କେବଳ ବାଲେଶ୍ୱର ବସ୍ତ ବ୍ଲକର ଜଣେ ଚାଷୀ ଫସଲ ହାନୀ ଯୋଗୁଁ ଆତ୍ମହତ୍ୟା ଘଟଣାକୁ ଛାଡ଼ିଦେଲେ ଅନ୍ୟମାନେ ଅନ୍ୟ କାରଣ ଯୋଗୁଁ ସେମାନଙ୍କ ଜୀବନ ହାନି କଲେ,”ବୋଲି ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏକ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ।

ସେହିପରି ୨୦୧୭ ମସିହା ନଭେମ୍ବର ୧ ତାରିଖରେ ବରଗଡ଼ ଜିଲ୍ଲାର ବୃନ୍ଦା ସାହୁଙ୍କ ମୃତ୍ୟୁ ଭଳି ଅନ୍ୟ ଏକ ଆତ୍ମହତ୍ୟା ପ୍ରଶ୍ନର ଉତ୍ତରରେ ମହାରଥି କହିଛନ୍ତି, ଏହି ଘଟଣାର ତଦନ୍ତ ଗତବର୍ଷ ନଭେମ୍ବରରେ ଆରମ୍ଭ ହୋଇଛି ଏବଂ ଏହା ସମାପ୍ତ ହୋଇନାହିଁ । ଏସମ୍ପର୍କରେ ସେ କହିଲେ, “ମୁଖ୍ୟତଃ ଋଣବୋଝ କାରଣ ନଥିଲା” ।

Leave A Reply

Your email address will not be published.