Latest Odisha News

BREAKING NEWS

ଆଦିବାସୀ ଝିଅ ନମିତାକୁ ବ୍ରେକ୍ ଦେବେ ବର୍ଷା !

ଭୁବନେଶ୍ୱର: ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସସନ୍ । ଆଦିବାସୀ ଝିଅ ନମିତା ମେଲେକା । ତାଙ୍କ କଣ୍ଠରେ ରହିଛି କୁହୁକ ଭରା ଯାଦୁ । ଯିଏ ଶୁଣିବ ସିଏ ମତୁଆଲା ହୋଇଯିବ । ଆଦିବାସୀ ଝିଅ ହେଲେ ବି ଭଏସ୍ ତାଙ୍କର କୌଣସି ବଲିଉଡ ସିଙ୍ଗରଠାରୁ କମ୍ ନୁହେଁ । ଗାଁଠାରୁ ସହର ଚାରିଆଡେ କେବଳ ନମିତାଙ୍କର ହିଁ ଚର୍ଚ୍ଚା । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗୀତ ବେଶ୍ ଭାଇରାଲ ।

ହିନ୍ଦୀ ଭାଷାଠାରୁ ଆରମ୍ଭ କରି ପାରମ୍ପରିକ କୁଇ ଭାଷାରେ ମଧ୍ୟ ସେ ଗୀତ ଗାଇବାରେ ବେଶ୍ ମାହିର । ତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ନମିତାଙ୍କୁ ଚାରିଆଡୁ ଛୁଟିଛି ଅଫରର ସୁଅ । ଏହି ରେସ୍‌ରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଅଛନ୍ତି ।

ନମିତାଙ୍କ ଗୀତ ଶୁଣି ବର୍ଷା ତାଙ୍କୁ ଫିଲ୍ମରେ ବ୍ରେକ୍ ଦେବା ପାଇଁ ଆଗେଇ ଆସିଛନ୍ତି । ତାଙ୍କୁ ଓଡ଼ିଆ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ବର୍ଷା । ଏନେଇ ସେ ନିଜ ସୋସିଆଲ ମିଡିଆ ଆଉାକଂଟରେ ଉଲ୍ଲେଖ କରିଛନ୍ତି । ଏଥିସହ ସେ ନମିତାଙ୍କୁୁ ପ୍ରଶଂସା ମଧ୍ୟ କରିଛନ୍ତି । ନମିତାଙ୍କ ଯାଦୁକରୀ ସ୍ୱର । ତାଙ୍କର ଈଶ୍ୱରଦତ୍ତ ଦକ୍ଷତା । ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି । ତାଙ୍କ ଦକ୍ଷତା ଲୁଚି ନରହୁ । ମୁଁ ତାଙ୍କର ଏଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହେଁ । ମୁଁ ନମିତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସହାୟତା କରିବାକୁ ଚାହେଁ । ସେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିଅର ଆରମ୍ଭ କରନ୍ତୁ । ମୁଁ ତୁମ ସହ ସର୍ବଦା ଅଛି ବୋଲି ବର୍ଷା କହିଛନ୍ତି ।

Leave A Reply

Your email address will not be published.