Latest Odisha News

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହର ସମେତ ଅନ୍ୟ ୭ଜଣଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବଲିଉଡର ଆଠଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ଦୀନେଶ ଭିଜାନ ଏବଂ T-Series ମାଲିକ ଭୂଷଣ କୁମାରଙ୍କୁ ଡକାଯାଇଛି ।

ସେଲିବ୍ରିଟିମାନେ ବ୍ୟକ୍ତିଗତ ଭାବରେ କିମ୍ବା ସେମାନଙ୍କ ଓକିଲଙ୍କ ମାଧ୍ୟମରେ ୭ ଅକ୍ଟୋବର, ୨୦୨୦ରେ ହାଜର ହେବେ।

ଓକିଲ ସୁଧୀର ଓଜା ଜୁନ୍ ୧୭ ରେ ସୁଶାନ୍ତ ସିଂ ରାଜପୁତଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦା କରିଥିବା ଅଭିଯୋଗ କରି ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ।

ଏହି ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତ, ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଅନ୍ୟ ତିନିଜଣଙ୍କୁ ସାକ୍ଷୀ ଭାବେ ନିବେଦନ କରାଯାଇଛି।

Comments are closed.