Latest Odisha News

BREAKING NEWS

ଗୋଟିଏ ଦିନରେ ରାଜ୍ୟରେ ୪୫ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫ ହଜାର ୬୭୬ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୩୭,୬୪୯ ଜଣଙ୍କର ଆଣ୍ଟିଜେନ, ୭୮୯୯ ଟି ଆରଟି-ପିସିଆର୍ ଓ ୧୨୮ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ତେବେ ଆଜି କେନ୍ଦ୍ରାପଡାରୁ ସର୍ବାଧିକ କରୋନା ଟେଷ୍ଟ କରାଯାଇଥିବା ବେଳେ ତା’ ତଳକୁ ମୟୁରଭଞ୍ଜ ଓ କେନ୍ଦୁଝର ରହିଛି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୧,୮୮,୩୧୧ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୪୯,୩୭୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.