Latest Odisha News

BREAKING NEWS

ବଲିଉଡର ଡ୍ରଗ୍ସ ଲିଙ୍କ: NCB ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ ?

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଲି ଗ୍ଲାମର କୁଇନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବି-ଟାଉନ ସୁନ୍ଦରୀଙ୍କୁ ସମନ କରିଛି କାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ହିରୋଇନଙ୍କ ଡ୍ରଗ୍ସ ଲିଙ୍କ ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ହିରୋ । ଏନସିବି ସ୍କାନରରେ ଚାରି ଜଣ ହାଇପ୍ରୋଫାଇଲ୍ ସେଲିବ୍ରିଟି ଷ୍ଟାର ଥିବା ସୂଚନା ମିଳିଛି । ଖୁବଶୀଘ୍ର ସେମାନଙ୍କୁ ଡାକି ପଚରାଉଚରା କରିପାରେ ଏନସିବି ।

ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟ ଶାହଙ୍କୁ ଜେରା ବେଳେ ଚାରି ଜଣ ହିରୋଙ୍କ ସମ୍ପର୍କରେ ଏନସିବି ହାତରେ ଲାଗିଛି ତଥ୍ୟ ପ୍ରମାଣ । ସେମାନଙ୍କ ନାଁ କହିଛନ୍ତି ଜୟ ଶାହ ।

ଏବେ ଚର୍ଚ୍ଚା ଏନସିବି ସ୍କାନରରେ ଥିବା ଲିଷ୍ଟ-ଏ ତାଲିକାଭୁକ୍ତ ସେହି ଚାରି ହିରୋ କିଏ କିଏ ? ଡ୍ରଗ୍ସ ଲିଙ୍କରେ ସେମାନଙ୍କର କିଭଳି ସଂପୃକ୍ତି ରହିଛି ? ଏହି ଖବର ପରେ ଜୟ ଶାହଙ୍କ ସହ ଲିଙ୍କରେ ଥିବା ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ଛନକା ପଶିଲାଣି ।

ସେମାନଙ୍କ ମଧ୍ୟର ଯେକୌଣସି ମୁହୂର୍ତ୍ତରେ କାହାକୁ ବି ସମନ୍ କରିପାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତକାଲି ଜୟ ଶାହାକୁ ପାଖାପାଖି ୪ ଘଣ୍ଟା ଗୁଡ଼େଇ ତୁଡ଼େଇ ପଚରାଉଚା କରାଯାଇଥିଲା । ତିନି ଦିନ ଧରି ତାଙ୍କୁ ଜେରା କରାଯାଇଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କରେ ଏଯାଏ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡା, ଦୀପେଶ ସାଓ୍ୱନ୍ତଙ୍କ ସମେତ ୧୬ ଜଣଙ୍କୁ ବାନ୍ଧିଛି । ଆଗକୁ କାହା ପାଳି ତାଉପରେ ଏବେ ନଜର ।

Leave A Reply

Your email address will not be published.