Latest Odisha News

BREAKING NEWS

ଛାତ୍ରମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରିବା ପାଇଁ ଆରମ୍ଭ ହେଲା ‘U-Rise’ ପୋର୍ଟାଲ

ଲକ୍ଷ୍ନୌ: ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାରେ ସାହାଯ୍ୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ୟୁ-ରାଇଜ୍ କିମ୍ବା ୟୁନିଫାଏଡ୍ ରିମାଇଗେଡ୍ ଇନୋଭେସନ୍ ଫର୍ ଷ୍ଟୁଡେଣ୍ଟସ୍ ସଶକ୍ତିକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି।

ଏହି ପୋର୍ଟାଲ ଛାତ୍ରମାନଙ୍କୁ କ୍ୟାରିୟର କାଉନସେଲିଂ ସହାୟତା ପ୍ରଦାନ କରିବ ଏବଂ ଏଥିରେ ଇ- କୋଣ୍ଟେଣ୍ଟ, ଇ-ପାଠାଗାର ଏବଂ ଅନଲାଇନ୍ ପାଠ୍ୟକ୍ରମ ରହିବ । ଏଥିରେ ବୈଷୟିକ ଶିକ୍ଷା ବିଭାଗ, ତାଲିମ, ନିଯୁକ୍ତି ଏବଂ ଦକ୍ଷତା ବିକାଶ ମିଶନକୁ ଅନ୍ତର୍ଭୁକ୍ତ କରାଯାଇଛି । ଲକ୍ଷ୍ନୌସ୍ଥିତ ଡ଼ ଏ ପି ଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରାଯାଇଛି।

ୟୁପି ହେଉଛି ପ୍ରଥମ ରାଜ୍ୟ ଯିଏକି ଏହି ପରି ଏକ ପୋର୍ଟାଲ ଉନ୍ମୋଚନ କରିଛି ଏବଂ ଏଥିରେ ଯୋଗ ଦେଇଥିବା ପ୍ରାୟ ୨୦ଲକ୍ଷ ଛାତ୍ରଙ୍କୁ ଧନ୍ଦାମୂଳକ ଏବଂ ବୈଷୟିକ ଶିକ୍ଷା ଲାଭ ମିଳିବ। ଜାତୀୟ ଶିକ୍ଷା ନୀତି (NEP) -୨୦୨୦ ପରେ ଏହା ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ ସଂସ୍କାର କାର୍ଯ୍ୟକ୍ରମ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନଡିଟିଭିକୁ କହିଛନ୍ତି।

U-Rise ର ପ୍ରଥମ ପର୍ଯ୍ୟାୟରେ, ଏହି ପୋର୍ଟାଲରେ ଧନ୍ଦାମୂଳକ ଏବଂ ଦକ୍ଷତା ବିକାଶ ଶିକ୍ଷା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟକୁ ଯୋଡିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

Comments are closed.