Latest Odisha News

BREAKING NEWS

ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଲା କରୋନା କେସ୍, ଜାଣନ୍ତୁ ଆଜି କେତେ ପଜିଟିଭ୍ ?

ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୧୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧ଶହ ୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୯୭ ।

ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୭୧, ପୁରୀରୁ ୧୯୭, ଅନୁଗୋଳରୁ ୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରେ ୧୧୪ ସଂକ୍ରମିତ ହୋଇଥିବା ବେଳେ ମୟୂରଭଞ୍ଜ ଓ ମାଲକାନଗିରିରୁ ୧୨୩ ଜଣ ଲେଖାଏଁ ପଜିଟିଭ୍ କେସ୍ ସାମନାକୁ ଆସିଛି ।

ସେହିପରି କେନ୍ଦ୍ରାପଡ଼ାରୁ ୧୧୯ ଓ କେନ୍ଦୁଝର ଜିଲ୍ଲା ସଂକ୍ରମିତ ତାଲିକାରେ ଯୋଡ଼ିଛି ଆଉ ୧୦୯ ନୂଆ ଆକ୍ରାନ୍ତଙ୍କ ନାଁ । ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୧୦୬ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସମସ୍ତ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧ ଲକ୍ଷ ୮୫ ହଜାର ୭ ଶହ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୩୬ ହଜାର ୧୨୨ ।

Leave A Reply

Your email address will not be published.