ସ୍ନେହା ଶତପଥି
ରାତି ଟିଏ ପାଈଁ
ହଜାରେ ସପନ
ସକାଳେ ଯିବ ସେ ମଉଳି
ଅଳୀକ ଜୀବନେ
ବିକଶେ ଜଗତେ
ନାଁ ତାର ଗଙ୍ଗ ଶିଉଳି।
ଅଧା ଗଢ଼ା ହୋଇ
ରହିଥିବ ତା’ର
କେତେ ଯେ ସୁଖ ସପନ
ହସେ ସାରା ରାତି
ତା ସାଥେ ହସନ୍ତି
ଆକାଶରେ ତାରା ଜହ୍ନ।
ସେହିପରି ବନ୍ଧୁ
ତେଜି ଅବସାଦ
ହସି ହସାଈବା ଜଗତ
ମଣିଷ ପଣିଆ
ହୃଦୟ ରୁ ବାଣ୍ଟି
ରଖିଯିବା ମାନ ମହତ।
ଅଧା ଗଢ଼ା ଆମ
ଦାରୁ ଦିଅଁ ପରା
ଜଗତେ ପ୍ରସିଦ୍ଧ ଅଟନ୍ତି
ସମ୍ପୂର୍ଣ କରିବେ
ମନସ୍କାମ ଆମ
ଭବ ବନ୍ଧନୁ କରିବେ ମୁକତି।
Comments are closed.