ନୂଆଦିଲ୍ଲୀ: ସାରା ଦେଶରୁ ଲକ୍ଷେ ମୁଣ୍ଡ ନେଲାଣି ମହାମାରୀ । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୫୫% ।

କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ବିଶ୍ୱ ମୃତ୍ୟୁସଂଖ୍ୟାର ୧୦ ପ୍ରତିଶତ ଭାରତରେ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ମାସରେ ଦେଶରେ ଦୈନିକ ହାରାହାରି ହଜାରେ ଲୋକଙ୍କ ଜୀବନ ନେଇଛି କରୋନା ମହାମାରୀ । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଗତ ତିନି ମାସରେ ଦେଶରେ ମୃତ୍ୟୁହାର ୧.୭୬%କୁ ଖସି ୧.୫୫% ହୋଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪ ଲକ୍ଷ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୯ ହଜାର ୪୭୬ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫୪ ଲକ୍ଷ ୨୭ ହଜାର ୭୦୭ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୪ ହଜାର ୯୯୬ ।
BREAKING NEWS
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
Comments are closed.