ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ୭୫ ତମ ବାର୍ଷିକୀ ଅବସରରେ ନୂଆ ମହିନ୍ଦ୍ରା ‘ଏସ୍ୟୁଭି ଥର୍’ ଲଞ୍ଚ୍ କରିଛି। ଏହା ଏଏକ୍ସ ଓ ଏଲ୍ଏକ୍ସ ଭଳି ଦୁଇଟି ସିରିଜ୍ରେ ଉପଲବ୍ଧ ରହିବ।
ଏଏକ୍ସର ସୋ ରୁମ୍ ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏଲ୍ଏକ୍ସର ମୂଲ୍ୟ ୧୨.୪୯ ଲକ୍ଷରୁ ଆରମ୍ଭ ହୋଇଛି। ଗ୍ରାହକମାନେ କମ୍ପାନୀ ୱେବ୍ସାଇଟ୍ରେ ଏହାକୁ ବୁକ୍ କରିପାରିବେ। ନଭେମ୍ବର ୧ରୁ ଏହାର ଡେଲିଭରି ଆରମ୍ଭ କରାଯିବ।
ନୂଆ ଥର୍ରେ ରହିଛି ୧୭.୬୭ ସେମିର ଟଚ୍ ସ୍କ୍ରିନ୍, ରୁଫ୍ ମାଉଣ୍ଟେଡ୍ ସ୍ପିକର, ୬ ସ୍ପିଡ୍ ମାନୁଆଲ୍, ଅଟୋମେଟିକ୍ ଟ୍ରାନ୍ମିସନ୍ ଭଳି ବିଭିନ୍ନ ଅତ୍ୟାଧୁନିକ ସୁବିଧା।
Comments are closed.