ଖଡ଼ଗପୁର: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ମଙ୍ଗଳବାର କହିଛନ୍ତି ଯେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ତରପ୍ରଦେଶ ଏବଂ ବିହାର ଭଳି ମାଫିଆ ଶାସିତ ରାଜ୍ୟ ସହ ସମାନ।
ଉତ୍ତରପ୍ରଦେଶ ଏବଂ ବିହାର ଭଳି ପରି ପଶ୍ଚିମବଙ୍ଗ ଏକ ମାଫିଆରାଜରେ ପଶିଛି। ଷ୍ଟେନ୍ ବନ୍ଧୁକ ବ୍ୟବହାର କରି ପୋଲିସ ଷ୍ଟେସନ ସମ୍ମୁଖରେ ହୋଇଥିବା ଜଣେ କାଉନସିଲରଙ୍କ ହତ୍ୟାକୁ ଲଜ୍ଜାଜନକ ବୋଲି ଘୋଷ କହିଛନ୍ତି ।
ଘୋଷଙ୍କ ବିବୃତ୍ତିର ଉତ୍ତରରେ ଶାସକ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ କହିଛନ୍ତି ଯେ ବିଜେପି ଶାସିତ ୟୁପି ଏବଂ ବିହାରରେ ମାଫିଆ ରାଜ ବିଦ୍ୟମାନ ବୋଲି ସେ ସ୍ୱୀକାର କରିଛନ୍ତି। ଜୀବନରେ ଅନ୍ତତଃ ଥରେ ଘୋଷ ସତ କଥା କହିଥିବା କହି ସେ କଟାକ୍ଷ କରିଛନ୍ତି ।
Comments are closed.