Latest Odisha News

ଅଭିନେତା ହେଉ ତୈମୁର: ସୈଫ ଅଲି ଖାନ

ମୁମ୍ବାଇ: ବଲିଉଡରେ ଏବେ ପରିବାର ବାଦର ଝଡ଼ ଉଠିଛି। ଏହି ସମୟରେ ଛୋଟେ ନବାବ ସୈଫ ଅଲି ଖାନଙ୍କ ଏକ ବୟାନ ଏହି ନିଆଁରେ ଆଉ ଟିକିଏ ଘିଅ ଢାଳିଲା ପରି ହୋଇଛି । ସୈଫ ନିକଟରେ ପ୍ରକାଶ କରିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ତୈମୁର ଜଣେ ଅଭିନେତା ହୁଅନ୍ତୁ। ବଲିଉଡ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାର ଯେତେବେଳେ ସୈଫଙ୍କୁ ପଚାରାଯାଇଥିଲା, ଯେ ତାଙ୍କ ଦୁଇ ବର୍ଷର ପୁଅ ତୈମୁର କରିନା ଓ ତାଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ, ଅଭିନେତା ହସି ହସି କହିଥିଲେ, “ହଁ, ମୁଁ ଆଶା କରୁଛି ଯେ ସେ ଜଣେ ଅଭିନେତା ହେଉ ।

ଯେତେବେଳେ ତାଙ୍କ ବଡ ପୁଅ ଇବ୍ରାହିମଙ୍କ ବଲିଉଡ ଡେବ୍ୟୁ ବିଷୟରେ ପଚରାଗଲା, ସୈଫ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ତାଙ୍କୁ ଆଉ ଟିକିଏ ଅପେକ୍ଷା କରିବା ଉଚିତ। “ହଁ, ସେ ଏବେବି ପ୍ରସ୍ତୁତ ଅଛନ୍ତି, ମାତ୍ର ମୁଁ ଭାବୁଛି ସେ ଟିକିଏ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ । ମୁଁ ଜାଣେ,ସେ ଭଲ ଦେଖାଯାଉଛନ୍ତି ଏବଂ ସେ ବହୁତ ଭଦ୍ର ସ୍ଵଭାବର ମଧ୍ୟ ​​। ଆହୁରି ମଧ୍ୟ ସେ, କହିଛନ୍ତି ଯେ କାମ କରିବା ପାଇଁ ବଲିଉଡ ହେଉଛି ସର୍ବୋତ୍ତମ ସ୍ଥାନ ଏବଂ ତାଙ୍କ ପିଲାମାନେ ସାରା, ଇବ୍ରାହିମ ଏବଂ ତୈମୁର ଚାହିଁଲେ ଅଭିନେତା ଭାବରେ କାର୍ଯ୍ୟ କରିପାରିବେ’।

“ଏହା କାମ କରିବା ପାଇଁ ସର୍ବୋତ୍ତମ ସ୍ଥାନ ଅଟେ। ମୋର ମନେ ଅଛି ୧୭–୧୮ ବର୍ଷ ବୟସରେ ମୁଁ ବିଶୃଙ୍ଖଳିତ ହୋଇ ଯାଇଥିଲି। ଅଭିନୟ ମୋତେ ଆତ୍ମ-ବିନାଶରୁ ରକ୍ଷା କଲା । ରୋଜଗାର, ପରିଚୟର ସହ ଏହା ମୋତେ ଆତ୍ମସନ୍ତୋଷ ଦେଇଛି ଏବଂ ମୁଁ ଏହାକୁ ଉପଭୋଗ କରେ। ମୁଁ ଆଶା ଠାରୁ ଅଧିକ ପାଇଛି ବୋଲି ସୈଫ କହିଛନ୍ତି। ଆଗାମୀ ଦିନରେ ‘ବଣ୍ଟି ଅର ବାବଲି’ର ସିକ୍ୱେଲରେ ସୈଫଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.