Latest Odisha News

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା ସହାୟତାରେ ୯୭ ରନ କରି ଆଉଟ ହୋଇ ଯାଇଥିଲେ । ୱାର୍ଣ୍ଣର ୪୦ ବଲରୁ ୫୨ ରନ କରିଥିଲେ ।

ପଞ୍ଜାବ ପକ୍ଷରୁ ରବି ବିଶ୍ନୋଇ ସବୁଠାରୁ ସଫଳ ବୋଲର ଭାବେ ୩ଟି ଉଇକେଟ ନେଇଥିଲେ । ଟସ୍ ଜିତି ହାଇଦ୍ରାବାଦ ଅଧିନାୟକ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Comments are closed.