Latest Odisha News

BREAKING NEWS

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି ।

ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍ ଫେଷ୍ଟର ୩ୟ ସନ୍ଧ୍ୟାରେ ବଲିଉଡ଼ରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିବା ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନକୁ ଜିଣି ପାରିଥିଲେ ।

ସୋନା ମହାପାତ୍ର ରଙ୍ଗବତୀରୁ ଗୀତ ଆରମ୍ଭ କରି ରସରକେଲି, ଲୈଲା ଓ ଲୈଲା, ମନ୍ ତେରା ଜୋ, ଜିୟା ଲଗେନା, ଆଜାବେ ଆଜାବେ, ପିୟାରେ ପିୟାରେ, ଏଇସା ଦେଖା ନେହିଁ, ଓରେ ଚିଡ଼ିୟା ମେରେ, ମେ ତୋ ପିୟାସେ ଏବଂ ହାଏ ହାଏରେ ସଜନା ପରି ଗୀତ ଗାଇଥିଲେ ।

ସୋନାଙ୍କ ପ୍ରତିଟି ଗୀତରେ ଝୁମିଥିଲେ ଦର୍ଶକ । ପ୍ରତିଟି ଗୀତର ଶେଷରେ ଦର୍ଶକମାନେ ତାଳିମାରି ସୋନାଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଥିଲା ।

ଅନେକ ଦିନପରେ ନିଜ ରାଜ୍ୟରେ ସୋନା ତାଙ୍କର ରକ୍ ଶୋ’ କରୁଥିବାରୁ ସେ ଖୁବ୍ ଆନନ୍ଦିତ ବୋଲି କହିଥିଲେ ।

ସୋନା କେବଳ ଓଡ଼ିଆ ବା ସମ୍ବଲପୁରୀ ଗୀତ ଗାଇନଥିଲେ ବରଂ ତାଙ୍କ କଣ୍ଠରୁ ଅନ୍ୟ ଭାଷାର ମନଛୁଆଁ ଗୀତ ଶୁଣି ଦର୍ଶକ ମହଲ ଆଶ୍ଚର୍ଯ୍ୟଚକିତ ହେବା ସହିତ ସୋନାଙ୍କୁ ବେଶ୍ ପ୍ରଶଂସା କରୁଥିବାର ଦେଖାଯାଇଥିଲା ।

ସୋନା ହିନ୍ଦି, ଓଡ଼ିଆ, ସମ୍ବଲପୁରୀ, ରାଜସ୍ଥାନୀ, ପଞ୍ଜାବୀ, ଭୋଜପୁରୀ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କ୍ ମନକୁ ଛୁଇଁ ପାରିଥିଲେ । ସୋନା ମହାପାତ୍ର ଭୁବନେଶ୍ୱରରେ ରହି ପଢିବା ସମୟରେ କିପରି ଗୀତ ଅଭ୍ୟାସ କରିଥିଲେ ସେ ସମ୍ପର୍କରେ ଶ୍ରୋତାଙ୍କୁ ସମ୍ୟକ ସୂଚନା ଦେବାକୁ ମଧ୍ୟ ଭୁଲିନଥିଲେ ।

Leave A Reply

Your email address will not be published.