Latest Odisha News

BREAKING NEWS

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ ।

ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ ଗୌଶାଳା ନେଇ ଯାଇଥିଲେ ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ ତାମିଲ ୱାନାନ କହିଛନ୍ତି।

ସେଠାରେ ତାଙ୍କ ବନ୍ଧୁଙ୍କୁ ବାନ୍ଧି ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରିଥିଲେ ବୋଲି ଅଧିକାରୀ କହିଛନ୍ତି।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ଥିବା ହେତୁ ତାକୁ ଘରକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ଜେଲକୁ ପଠାଇଦିଆଯାଇଥିବା ଅଧିକାରୀ କହିଛନ୍ତି ।

ଅଭିଯୁକ୍ତମାନେ ହେଲେ ଶଙ୍କର ଟିୟୁ, ରୋଶନ କୁଜୁର, ସୁରଜ ପାତ୍ର ଏବଂ ସନ୍ନି ସୋରେନ ବୋଲି ଜଣାପଡିଛି।

ସେମାନଙ୍କଠାରୁ ଏକ ଦେଶୀ ପିସ୍ତଲ ଏବଂ ଦୁଇଟି ଜୀବନ୍ତ କାର୍ଟ୍ରିଜ୍ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି ।

ଘଟଣାର କିଛି ସମୟ ପରେ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା।

ଝିଅଟି ପ୍ରଥମେ କହିଥିଲେ ଯେ ସେ ଡ୍ୟାନ୍ସ କ୍ଲାସରୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ତେବେ ଅନୁସନ୍ଧାନ ବେଳେ ଏହା ଭୁଲ ବୋଲି ଜଣାପଡିଥିବା ଶ୍ରୀ ଭାନନ କହିଛନ୍ତି ।

Leave A Reply

Your email address will not be published.