ମୁମ୍ବାଇ: କରୋନା କଟକଣା ସହ ଅକ୍ଟୋବର ୧୫ରୁ ହଲ୍ଗୁଡ଼ିକ ଖୋଲାଯିବ। ତେବେ ହଲ୍ ଖୋଲିବା ମାତ୍ରେ ପ୍ରଥମ ସିନେମା ପିଏମ୍ ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ ସିନେମା ହଲ୍ରେ ପଡ଼ିବ ବୋଲି ସିନେ ସମୀକ୍ଷକ ତରନ ଆଦର୍ଶ ସ୍ପଷ୍ଟ କରିଛନ୍ତି।
ଏ ନେଇ ସେ ଟୁଇଟ୍ରରେ ଫିଲ୍ମର ଏକ ପୋଷ୍ଟର ସେୟାର୍ କରି ସୂଚନା ଦେଇଛନ୍ତି। ସିନେମା ହଲ୍ ଖୋଲିବା କ୍ଷଣି ପ୍ରଥମ ଚଳଚ୍ଚିତ୍ର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ ପୁଣି ଥରେ ମୁକ୍ତିଲାଭ କରିବ।
ଉଲ୍ଲେଖ ଥାଉ କି, ୨୦୧୯ ମେ ୨୪ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏଥିରେ ପିଏମ୍ ମୋଦୀଙ୍କ ଭୂମିକାରେ ଅଭିନେତା ବିବେକ ଓବ୍ରଏ ଅବତୀର୍ଣ୍ଣ ହୋଇଥିଲେ।
Comments are closed.