Latest Odisha News

BREAKING NEWS

ଦେବୀ ଦୁର୍ଗାକୁ ନେଇ କ’ଣ ରହିଛି କିମ୍ବଦନ୍ତୀ!

ଭୁବନେଶ୍ୱର: ମା ଦୁର୍ଗା ଆଦି ଶକ୍ତି, ଭବାନୀ ଭଳି ବିଭିନ୍ନ ନାମରେ ପରିଚିତ । ପୁରାଣ ଅନୁଯାୟୀ ଅସୁର ମାନଙ୍କ ସଂହାର ପାଇଁ ମାତା ଜନ୍ମ ଗ୍ରହଣ କରିଥିଲେ। ଯଦିଓ ବର୍ଷସାରା ମାତାଙ୍କୁ ପୂଜା କରାଯାଏ କିନ୍ତୁ ନବରାତ୍ର ସମୟରେ ସ୍ୱତନ୍ତ୍ର ଭାବେ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ । କୁହାଯାଏ ଯେ ନବରାତ୍ରୀ ସମୟରେ ନଅ ଦିନ ପାଇଁ ମାତା ଧରାପୃଷ୍ଠକୁ ଅବତରଣ କରିଥାନ୍ତି ।

ଦେବୀ ଦୁର୍ଗାଙ୍କ ଉତ୍ପତ୍ତିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ…

ଏକଦା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଥିଲେ ଦେବତା ମାନେ । ଯାହା ପରେ ସେମାନେ ବ୍ରହ୍ମାଙ୍କ ଶରଣ ପଶିଥିଲେ । ବ୍ରହ୍ମାଙ୍କ କଥା ଅନୁଯାୟୀ ଜଣେ କୁଆଁରୀ କନ୍ୟା ହାତରେ ଦ୍ରେତ୍ୟରାଜର ମୃତ୍ୟୁ ହେବ ବୋଲି ତାଙ୍କୁ ବର ମିଳିଛି । ଏହା ଶୁଣିବା ପରେ ଦେବତା ମାନେ ନିଜ ନିଜ ଶକ୍ତିକୁ ଏକତ୍ର କଲେ ।

ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର‌୍ୟ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ଯାହା ପରେ ମାତାଙ୍କୁ ଦୁର୍ଗା ବୋଲି ଅବିହିତ କରାଯାଇଥିଲା ।

ଦେବୀଙ୍କ ଆବିର୍ଭାବ ପରେ ସମସ୍ତ ଦେବଗଣ ଦେବୀଙ୍କୁ ନିଜ ନିଜର ଶକ୍ତି ପ୍ରଦାନ କରିବା ସହ ଶସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ । ସିଂହକୁ ବାହନ ସ୍ୱରୂପ ପ୍ରଦାନ କରିବା ସହ ବ୍ରହ୍ମ ଦେବ ତାଙ୍କୁ ଚର୍ତୁବେଦ ଦେଇଥିଲେ ।

ଅନ୍ୟ ଏକ ପୌରାଣିକ କଥାନୁଯାୟୀ ସମୁଦ୍ର ଦେବୀଙ୍କୁ ଦିବ୍ୟ ବସ୍ତ୍ର ପ୍ରଦାନ କରିଥିଲେ । ଯାହା ସବୁ ଦେବୀଙ୍କ ଅଷ୍ଟଭୁଜାରେ ଶୋଭା ପାଇଲା । ଦେବୀ ଦୁର୍ଗାଙ୍କ ଉଜ୍ୱଳ ରୂପ ତଥା ତେକୁ ଦେଖି ଭୟଭୀତ ହୋଇ ପଡିଥିଲା ଦୈତ୍ୟ ରାଜା । ପରେ ତାହାର ଦୌରାତ୍ମ୍ୟରୁ ଦେବତା ମାନଙ୍କୁ ରକ୍ଷା କରିବାକୁ ଯାଇ ମାତା ତା’ର ସଂହାର କରିଥିଲେ ।

Leave A Reply

Your email address will not be published.