Latest Odisha News

ଯୌନ ଶୋଷଣ ଘଟଣା: ସେଲଟର୍ ହୋମ୍ ଏମଡ଼ିଙ୍କୁ ୨ ଦିନିଆ ରିମାଣ୍ଡରେ ନେଲେ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲଟର୍ ହୋମରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଦିନ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ନାମକ ଏକ ଏଜିଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମାନଙ୍କୁ ପଚରାଉଚରା ନିମନ୍ତେ ସଦର ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛନ୍ତି ।

ସ୍ପେଶାଲ୍ ପୋସ୍କୋ (ଯୌନ ଅପରାଧରୁ ଶିଶୁଙ୍କୁ ସଂରକ୍ଷଣ ) କୋର୍ଟ ରେ ସୋମବାର ଗିରଫ ହେବା ପରେ ସେ ହାଜର ହୋଇଥିଲେ । ଗିରଫ ହେବା ପରେ ୨ ଦିନିଆ ରିମାଣ୍ଡରେ ନେବାକୁ ଅଦାଲତ ପୋଲିସକୁ ଅନୁମତି ପ୍ରଦାନ କରିଥିଲେ, ତେବେ ମଙ୍ଗଳବାରଠାରୁ ୨ଦିନିଆ ରିମାଣ୍ଡରେ ନେବେ ସଦର ପୋଲିସ ।

ମିଳିଥିବା ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲଟର୍ ହୋମରେ  ନାବାଳକ ଏବଂ ନାବାଳିକା ଅନ୍ତେବାସିନୀଙ୍କ ଉପରେ ହୋଇଥିବା ଯୌନ ଶୋଷଣ ସମେତ ରେହେମାନଙ୍କ ଏନଜିଓ ଦ୍ୱାରା ଧର୍ମାନ୍ତୀକରଣ ସମ୍ପର୍କରେ ପୋଲିସ ପଚରାଉଚରା କରିବ ।

ଏହା ବ୍ୟତୀତ ତା୍ଙ୍କ ଦ୍ୱାରା ପରିଚାଳିତ ହେଉଥିବା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୨୨ଟି ସେଲଟର ହୋମ ସହିତ ବିଦେଶୀ ଲିଙ୍କ୍ ସମ୍ବନ୍ଧରେ ପୋଲିସ ପଚରାଉଚରା କରିବ । ଏପରିକି ପୋଲିସ ମଧ୍ୟ ଏହି ସଂସ୍ଥାକୁ କେଉଁଠାରୁ ଆର୍ଥୀକ ଅନୁଦାନ ମିଳୁଛି ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ରେହମାନ ହେଲେ କୋଲକାତାର ବାସିନ୍ଦା ଏବଂ ସେ ଆମେରେକୀୟ ନାଗରିକତ୍ୱ ଗ୍ରହଣ କରି ପରିବାର ସହିତ ଆମେରିକାରେ ବସବାସ କରନ୍ତି ।

ଏଯାଏଁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ ରେହମାନଙ୍କୁ ଏକ ଅଜଣା ସ୍ଥାନକୁ ନେଇ ପଚରାଉଚରା ଆରମ୍ଭ କରିଛନ୍ତି ।

ତାଙ୍କୁ ବୁଧବାର ଦିନ ୫ଟା ବେଳେ କୋର୍ଟରେ ହାଜର କରାଯିବା ସହିତ ସେହି ସମୟରେ ମଧ୍ୟ ତାଙ୍କର ରିମାଣ୍ଡ ଅବଧି ଶେଷ ହେବ ।

Comments are closed.