Latest Odisha News

BREAKING NEWS

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କର ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲେ।

ତାଙ୍କ ବିୟୋଗରେ ଗଣମାଧ୍ୟମକୁ ସୂଚନା ଦେଇ ପୁଅ ସୁମନ କହିଛନ୍ତି ଯେ ତାଙ୍କ ପିତା ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଯଦିଓ ପରେ ସେ ଏହି ରୋଗରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ପରେ ପୁଣି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ରାତି ୩.୩୦ ରେ ତାଙ୍କର ଦେହାନ୍ତ ହୋଇଥିଲା।

୧୯୩୯ ସେପ୍ଟେମ୍ବର ୫ରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ କର ତିନିଥର ମାହାଙ୍ଗାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

 

Comments are closed.