Latest Odisha News

BREAKING NEWS

ବିଦେଶ ମାଟିରେ ଚମକିବେ ବୌଦ୍ଧ ଝିଅ ଅନିଶା 

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଶାର ଯଶ ବାନା ଉଡାଇବାକୁ ଯାଉଛନ୍ତି ଆଉ ଜଣେ ପ୍ରତିଭା । ବୌଦ୍ଧ ଜିଲ୍ଲାର ଝିଅ ଅନିଶା ମହେର। ଏବେ ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି।

୨୦୨୧ ଏପ୍ରିଲ ମାସରେ ମିଆଁମାରର ମଣ୍ଡଲେ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ବିୟୁଟି ପିଜଂଟେ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ଓବାର୍ଲଡ-୨୦୨୧ରେ ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ ହୋଇଛନ୍ତି ଅନିଶା ।

ଏହି ପ୍ରତିଯୋଗିତାରେ ବିଶ୍ବର ୩୫ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗୀତାରେ ଦେଶର ବଛା ବଛା ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ଜଣେ ମାତ୍ର ପ୍ରତିନିଧି ଯିଏ ଭାରତକୁ ଏହି ସୋ’ ରେ ପ୍ରତିନିଧିତ୍ୱ କରିବେ । ଦେଶ ଓ ରାଜ୍ୟ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ।

ବିଭିନ୍ନ ଗୁଣରେ ପରଙ୍ଗମ ଅନିଶାଙ୍କର ନୃତ୍ୟ, ଗୀତ, ଫେସନ ସୋ, ଚିତ୍ରକଳା ତଥା କରାଟେ ରେ ରୁଚି ରହିଛି।

Leave A Reply

Your email address will not be published.