Latest Odisha News

BREAKING NEWS

ପାର୍ବଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଖୋଲିବ ସିଲ ଦୋକାନ

ଭୁବନେଶ୍ୱର: ପାଖେଇ ଆସୁଛି ପର୍ବଣ। ପାର୍ବଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କରି ସିଲ ହୋଇଥିବା ସମସ୍ତ ଦୋକାନ / ବାଣିଜ୍ୟିକ ପ୍ରତିଷ୍ଠାନ / ଅନୁଷ୍ଠାନକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ।

ବିଏମସି ଟୁଇଟ୍ କରି ସୂଚନା ଦେଇଛି ଯେ, ଆସୁଥିବା ପାର୍ବଣକୁ ଦୃଷ୍ଟିରେ ରଖି ସିଲ ଥିବା ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ପୁନଃ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ସେମାନଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ କୁହାଯାଇଛି ।

Comments are closed.