ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ କାଢି ଆଣିଲା ନବଜାତ ଶିଶୁ; ଲୋକେ କହିଲେ ଏହା କରୋନା କମିବାର ଶୁଭ ସଂକେତ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ସମଗ୍ର ବିଶ୍ୱବାସୀ ଏହାକୁ ଚିନ୍ତିତ ରହିଥିବା ବେଳେ ଏହା ଭିତରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି।
ଦୁବାଇର ଜଣେ ଡାକ୍ତର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ନବଜାତ ଶିଶୁ ଡାକ୍ତରଙ୍କ ସର୍ଜିକାଲ୍ ମାସ୍କ ବାହାର କରୁଥିବାର ଦେଖିବାକୁ ମିଳିଛି। ସର୍ଜିକାଲ ମାସ୍କ ତଳକୁ ଖସିଯିବା ପରେ ଡାକ୍ତରଙ୍କ ମୁହଁରେ ହସ ଫୁଟି ଯାଉଥିବା ବି ଦେଖିବାକୁ ମିଳିଛି। ତେବେ ଏହି ଫଟୋଟି ପୁରୁଣା ବୋଲି କୁହାଯାଉଥିବା ବେଳେ ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୋସିଆଲ ମିଡିଆରେ ଏହି ଫଟୋକୁ ଦେଖି ଲୋକମାନେ ଖୁସି ବ୍ୟକ୍ତ କରୁଥିବା ବେଳେ ସୋସିଆଲ୍ ମିଡିଆ ବ୍ୟବହାରକାରୀ କହୁଛନ୍ତି କି ବୋଧ୍ ହୁଏ ଖୁବ୍ ଶୀଘ୍ର କରୋନା ସଂକ୍ରମଣ ହ୍ରାସ ପାଇବ। ଏହା ହେଉଛି ତାହାର ଶୁଭ ସଙ୍କେତ। ଏହାସହିତ ଏହି ଫଟୋକୁ ଏହି ବର୍ଷର ଶ୍ରେଷ୍ଠ ଫଟୋ ଭାବେ ମଧ୍ୟ ବିବେଚନା କରାଯାଉଛି।
ୟୁଏଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସମର ଚେଆବ୍ ଇନଷ୍ଟାଗ୍ରାମ ଓ ଫେସବୁକରେ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ସମସ୍ତେ ଅପେକ୍ଷା କରିଛୁ ଯେ ମାସ୍କ କେବେ ଆମ ମୁହଁରୁ ହଟାଯିବ।’
Comments are closed.