Latest Odisha News

BREAKING NEWS

କୋଲକାତା ଟିମ ଆଶ୍ୱସ୍ତ, ସୁନୀଲ ନାରିନଙ୍କୁ କ୍ଲିନ ଚିଟ୍‌

ଦୁବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲ ପକ୍ଷରୁ କ୍ଲିନ ଚିଟ ଦିଆଯାଇଛି । ଫଳରେ କୋଲକାତା ଟିମ୍ ଆଶ୍ୱସ୍ତ ହୋଇଛି । କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ହୋଇଥିଲା । ଏବେ ଗ୍ରୀନ ସିଗନାଲ ମିଳିଥିବାରୁ ତାଙ୍କ ବୋଲିଂ ଉପରେ ଆଉ କୌଣସି ପ୍ରକାର କଟକଣା ରହିବ ନାହିଁ ।

ତାଙ୍କ ବୋଲିଂର ଭିଡିଓ ଫୁଟେଜକୁ ଆକ୍ସନ କମିଟି ଅନୁଧ୍ୟାନ କରିଥିଲା । ଏଥିରେ କୌଣସି ତ୍ରୁଟି ସେମାନେ ପାଇ ନ ଥିଲେ । ନାରିନଙ୍କୁ କୋଲକାତାର ଟ୍ରମ୍ପ କାର୍ଡ ଭାବେ ବିବେଚନା କରାଯାଏ । ଆଗକୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଥିବାରୁ ଟିମ୍ ମ୍ୟାନେଜମେଂଟ ସନ୍ତୋଷ ବ୍ୟକ୍ତ କରିଛି ।

Leave A Reply

Your email address will not be published.