Latest Odisha News

BREAKING NEWS

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା ।

ପୋଲିସ ରିପୋର୍ଟ ଅନୁଯାୟୀ ସିକନ୍ଦରାବାଦରେ ପଢୁଥିବା ଜଣେ ଛାତ୍ରୀ ମାତ୍ର ତିନିମାସ ପୂର୍ବରୁ ଏମ୍‌. ଜୋସେଫ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଅକ୍ଟୋବର ୫ରେ ଜୋସେଫର ଜନ୍ମଦିନ ନିମନ୍ତ୍ରଣ ପାଇ ହାଇଦ୍ରାବାଦ କୁକ୍କଟପାଲ୍ଲୀରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ଜୋସେଫର ଦୁଇଜଣ ବନ୍ଧୁ ବି. ନବୀନ ରେଡ୍ଡୀ ଓ ଆର୍‌. ରାମୁ ।

ହୋଟେଲରେ ପହଂଚିବା ପରେ ସମସ୍ତେ କେକ୍ କାଟି ଜୋସେଫର ଜନ୍ମଦିନ ପାଳନ କରିଥିଲେ । ହେଲେ କେକ୍‌ର ପ୍ରଥମ ଖଣ୍ଡ ଖାଇବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ । କେକ୍ ଖାଇବା ପରେ ଯୁବତୀ ଜଣକ ଅଚେତ ହୋଇପଡିଥିଲେ । ଏହି ମଉକାରେ ତାଙ୍କ ସହ ୩ ଜଣ ଦୁଷ୍କର୍ମ କରିଥିଲେ । ତେବେ ହୋସ୍ ଆସିବା ପରେ ଘଟଣା ବିଷୟରେ ପ୍ରଘଟ କଲେ ଜୀବନରୁ ମାରିଦେବାକୁ ସମସ୍ତ ଅଭିଯୁକ୍ତ ଧମକ ବି ଦେଇଥିଲେ ।

ପୀଡିତା ଘରକୁ ଫେରିଥିଲେ ବି କାହା ଆଗରେ କିଛି ପ୍ରକାଶ କରିନଥିଲେ । ହେଲେ ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ସେ ସମସ୍ତ ଘଟଣା ନିଜ ମାଆଙ୍କୁ ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ପୀଡିତାଙ୍କ ମାଆ ଜୁବ୍‌ଲି ହିଲ୍ସ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ।

ପରେ କୁକ୍କଟପାଲ୍ଲୀ ପୋଲିସକୁ ମାମଲା ସ୍ଥାନାନ୍ତରିତ ହୋଇଥିଲା । ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ତଦନ୍ତ ଜାରି ରହିଥିବାବେଳେ ଦୁଷ୍କର୍ମ ହୋଇଥିବା ହୋଟେଲ ବିରୋଧରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି ।

Leave A Reply

Your email address will not be published.