Latest Odisha News

BREAKING NEWS

କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ? ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ସହ କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ । ଭକ୍ତମାନେ ନାଗାର୍ଜୁନ ବେଶର ଦର୍ଶନ କିଭଳି କରିବେ । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଧାର୍ମିକ ମତ ପାଇଁ ଲୋଡିଛି ଶ୍ରୀଜଗନ୍ନାଥ ସେନା । ଜଗତଗୁରୁଙ୍କ ଗୋବଦ୍ଧନ ପୀଠକୁ ଆସି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

୫ଟି ଦିଗ ଉପରେ ଶ୍ରୀଜଗନ୍ନାଥ ସେନା ଶଙ୍କରାଚାର୍ଯ୍ୟଙ୍କୁ ମତ ମାଗିଛନ୍ତି । ତା’ସହିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରସ୍ତାବ ଦେଇଥିଲେ ଯେ, ଗର୍ଭ ଗୃହରେ କ୍ୟାମେରା ଲଗାଯାଇ ସିଧାସଳଖ ନାଗାର୍ଜୁନ ବେଶର ପ୍ରସାରଣ କରାଯାଉ । ଏହା କେତେ ଦୂର ଠିକ୍ ସେ ନେଇ ମଧ୍ୟ ଜଗତଗୁରୁଙ୍କ ମତ ଲୋଡିଛି ଜଗନ୍ନାଥ ସେନା । ଆସନ୍ତା ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶ କରାଯିବ । ଦୀର୍ଘ ୨୬ ବର୍ଷ ପରେ ନାଗାର୍ଜୁନ ବେଶ ଯୋଗ ପଡୁଛି । ତେଣୁ ଏନେଇ ସମସ୍ତ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

Leave A Reply

Your email address will not be published.